ରାଜ୍ୟ

କୁତ୍ସିତ ଜାତି ପ୍ରଥା: ଘରେ ୧୨ ଘଣ୍ଟା ପଡ଼ି ରହିଲା ମୃତଦେହ

କୁତ୍ସିତ ଜାତି ପ୍ରଥାର ଅନ୍ଧାରୀ କୋଠରୀରୁ ସମ୍ପୂର୍ଣ୍ଣ ବାହାରି ପାରିନାହିଁ ଏ ସଭ୍ୟ ସମାଜ। ଯେଉଁପାଇଁ ଆଜି ମୃତଦେହକୁ ଅସମ୍ମାନିତ କରାଯାଇଛି। ଜାତିଆଣ ମନୋଭାବ ଯୋଗୁ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ପଡ଼ି ରହିଲା ମୃତଦେହ। ଗାଁ ଲୋକେ ମୃତଦେହ ସତ୍କାର କଲେନାହିଁ। ଶେଷରେ ସ୍ୱେଚ୍ଛାସେବୀମାନଙ୍କୁ ଶବ ସତ୍କାର କରିବାକୁ ପଡ଼ିଲା।

ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଞ୍ଚଳରେ ଘଟିଛି।

ବୀରମହାରାଜପୁର ବ୍ଲକ୍ ବହଲପଦର ପଞ୍ଚାୟତ ଚିଙ୍ଗିରାନାଳୀ ଗାଁର ବେଦ ପଧାନଙ୍କର ଗତ ମାର୍ଚ୍ଚ୨୫ ତାରିଖରେ ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ଦେହାନ୍ତ ପରେ ପତ୍ନୀ ସୁମିତ୍ରା ଏକାକୀ ନିଜ କୁଡିଆରେ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଥିଲେ। ସରକାରୀ ଭାବେ ମାସିକ ବାର୍ଦ୍ଧକ୍ୟ ଭତ୍ତା ଓ ଚାଉଳ ମିଳୁନଥିଲା। ହେଲେ ଚାଲିବା ପାଇଁ ଅଣ୍ଟାରେ ବଳ ନଥିବାରୁ ଭାତ ରୋଷେଇ କରି ଖାଇପାରୁନଥିଲେ। ତେଣୁ ଯିଏ ଯାହା ଦେଉଥିଲେ ତାକୁ ଖାଇ ଜୀବନ ଜିଉଁଥିଲେ।

ହେଲେ ଗତ କିଛି ଦିନ ତଳେ ସୁମିତ୍ରା ଅସୁସ୍ଥ ହୋଇପଡ଼ିଥିଲେ। ଉଠିବସି ପାରୁନଥିଲେ। ମେଡ଼ିକାଲ ଯାଇପାରୁନଥିଲେ। ରୋଗ ଯନ୍ତ୍ରଣାରେ ଜର୍ଜରୀତ ହୋଇ ଶୁକ୍ରବାର ଆଖି ବୁଜିଥିଲେ ସୁମିତ୍ରା। ଭିନ୍ନ ଜାତିରେ ବିବାହ କରିଥିବାରୁ ତାଙ୍କ ମୃତଦେହକୁ ସତ୍କାର କଲେନାହିଁ ସାହି ଭାଇ। ୧୨ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ପଡି ରହିଥିଲା ସୁମିତ୍ରାଙ୍କ ମୃତଦେହ। ତେବେ ବିଳମ୍ବିତ ରାତିରେ କେତେକ ସ୍ୱେଚ୍ଛାସେବୀ ସୁମିତ୍ରାଙ୍କ ମୃତଦେହ ସତ୍କାର କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ସୁମିତ୍ରାଙ୍କ ସ୍ୱାମୀ ବେଦଙ୍କ ମୃତଦେହକୁ ମଧ୍ୟ ଗାଁ ଲୋକେ ସତ୍କାର କରିନଥିଲେ। ୧୨ ଘଣ୍ଟାରୁ ଅଧିକ ସମୟ ଧରି ମୃତଦେହ ପଡ଼ିବା ପରେ କିଛି ସ୍ୱେଚ୍ଛାସେବୀ ସତ୍କାର କରିଥିଲେ। ଉଭୟ ଭିନ୍ନ ଜାତିରେ ବିବାହ କରିଥିବାରୁ ସାହି-ଭାଇ ମୃତଦେହ ସତ୍କାର କରିନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button