ଖେଳ ଖବର

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଆଜି ବାର୍ଷିକ ଶ୍ରାଦ୍ଧ ଦିବସ – Sahana Mela

[ad_1]

ଝାରସୁଗୁଡା : ନବ ଦାସଙ୍କ ହତ୍ୟାକାଣ୍ଡକୁ ଆଜି ବର୍ଷେ ପୁରିଛି I ଗତ ବର୍ଷ ଆଜିର ଦିନରେ ଘଟିଥିଲା ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡ I ୨୦୨୩ ଜାନୁଆରୀ ୨୯ରେ ସ୍ୱର୍ଗତ ନବ ଦାସ ବ୍ରଜରାଜନଗରକୁ ଏକ ଦଳୀୟ କାର୍ଯ୍ୟକ୍ରମରେ ଯାଉଥିବା ବେଳେ, ଗାନ୍ଧୀଛକ ପାଣ୍ଡିରେ କାର୍ଯ୍ୟରତ ପୋଲିସ ଏଏସଆଇ ଗୋପାଳ ଦାସ ନବଙ୍କ ଉପରକୁ ଗୁଳିମାଡ଼ କରିଥିଲା । ତାକୁ ସେହି ସମୟରେ ତୁରନ୍ତ ଗିରଫ କରାଯାଇଥିଲା I ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟାକାଣ୍ଡ ଘଟଣାରେ ସେତେବେଳେ ସାରା ରାଜ୍ୟରେ ଚହଳ ପଡିଯାଇଥିଲା I ତେବେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଅଭିଯୁକ୍ତ କାହିଁକି ହତ୍ୟା କଲା ତାହାର ସଠିକ ଉତ୍ତର ଏଯାଏଁ ମିଳିପାରିନାହିଁ I ଅନ୍ୟପକ୍ଷରେ ଏହି ମାମଲାରେ ବହିସ୍କୃତ ଏଏସଆଇ ଗୋପାଳ ଦାସ ବର୍ତ୍ତମାନ ବିଚାରାଧୀନ କଏଦୀ ଭାବରେ ଚୌଦ୍ୱାର ଜେଲରେ ରହିଥିବାବେଳେ ଝାରସୁଗୁଡା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତରେ ମାମଲାର ଶୁଣାଣି ଜାରି ରହିଛି I

[ad_2]

Leave a Reply

Your email address will not be published. Required fields are marked *

Back to top button