ରାଜ୍ୟ

ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କଲେ ଡ. ତିରୁପତି ପାଣିଗ୍ରାହୀ

ଭୁବନେଶ୍ୱର: ବେଶ୍‌ ଧୂମଧାମରେ ପାଳିତ ହୋଇଛି ମାଆ ଜଗତ୍‌ଜନନୀ ଦୂର୍ଗାଙ୍କ ଧରାବତରଣ ପର୍ବ ଦଶହରା। ଚଳିତବର୍ଷ ପାଗ ବେଶ୍‌ ଅନୁକୁଳ ରହିଥିବାରୁ ଲୋକମାନେ ମଧ୍ୟ ପୂଜାର ମଜ୍ଜା ଉଠାଇଛନ୍ତି। ଶାରଦୀୟ ଦୁର୍ଗାପୂଜା ଉତ୍ସବ ମହାସମାରୋହରେ ପାଳିତ ହୋଇଥିବା ବେଳେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ତଥା ହାଇ-ଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର. ତିରୁପତି ପାଣିଗ୍ରାହୀ ସହରର ବିଭିନ୍ନ ପ୍ରମୁଖ ପୂଜା ମଣ୍ଡପରେ ମାଆ ଦୂର୍ଗାଙ୍କୁ ଦର୍ଶନ  କରିଛନ୍ତି। ଡ.ପାଣିଗ୍ରାହୀ ରାଜଧାନୀର ପାଣ୍ଡରା, ଝାରପଡ଼ା, ସହିଦନଗର, ପଲାଶୁଣୀ, ରସୁଲଗଡ଼ ଓ କଞ୍ଚିଲୋ ଆଦି ପ୍ରମୁଖ ପୂଜା ପେଣ୍ଡାଲରେ ପହଞ୍ଚି ଜଗତଜନନୀ ମା’ ଦୁର୍ଗାଙ୍କ ପୂଜାରେ ସାମିଲ ହେବା  ସହ ସମସ୍ତଙ୍କ ସୁଖଶାନ୍ତି ଉନ୍ନତି କାମନା କରିଥିଲେ ଏବଂ ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ସମ୍ପୃକ୍ତ ପୂଜା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ରହି ତାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ତଥା ମା’ଙ୍କ ସ୍ମାରକୀ ଫଟୋଚିତ୍ର ପ୍ରଦାନ ପୂର୍ବକ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ। ଚଳିତବର୍ଷ ବିଭିନ୍ନ ପୂଜା ମଣ୍ଡପରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଆଧ୍ୟାତ୍ମିକାଭାବ ଦେଖିବାକୁ ମିଳିଥିଲା, ଅତ୍ୟନ୍ତ ନିଷ୍ଠାର ସହ ଯୁବକ ମାନେ ମାଆଙ୍କ ପୂଜାର୍ଚ୍ଚନା,ଆରାଧନା ଓ ସ୍ତୁତି କରିଥିବାରୁ ଏହା ସମାଜକୁ ଏକ ଭଲବାର୍ତ୍ତା ଦେଉଛି ଯେ ଯୁବବର୍ଗ ସଠିକ୍‌ ମାର୍ଗରେ ଆଗକୁ ବଢୁଛନ୍ତି।  ମା’ଙ୍କ ଚରଣରେ ପୂଜାର୍ଚ୍ଚନା କରିବା ପରେ ଡ. ପାଣିଗ୍ରାହୀ କହିଛନ୍ତି ଯେ. ମାଆ ସମସ୍ତଙ୍କୁ ସୁଖ, ଶାନ୍ତି, ସମୃଦ୍ଧି ତଥା ନିରାମୟ ଜୀବନଯାପନ କରିବାରେ ସହାୟକ ହୁଅନ୍ତୁ, ପବିତ୍ର ଦୁର୍ଗାପୂଜା ହେଉଛି ଭାଇଚାରା, ସୌହାର୍ଦ୍ଦ୍ୟ ଓ ଆଧ୍ୟାତ୍ମିକତାର ମହାପର୍ବ। ଏହି ପବିତ୍ର ଉତ୍ସବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉନ୍ନତି ଭରିଦେଉ ଏହା ମାଆଙ୍କଲ ନିକଟରେ ମାଗୁଣି। ଚଳିତବର୍ଷ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବରେ ଶାରଦୀୟ ଦୂର୍ଗାପୂଜା ଅନୁଷ୍ଠିତ ହୋଇଥିବାରୁ ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 

Leave a Reply

Your email address will not be published. Required fields are marked *

Back to top button