ଖେଳ ଖବର

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା: ଜାଡେଜା, ରାହୁଲ ଓହରିଲେ – Sahana Mela

[ad_1]


ହାଇଦ୍ରାବାଦ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟ ପୂର୍ବରୁ ଭାରତୀୟ ଟିମକୁ ଶକ୍ତ ଧକ୍କା ଲାଗିଛି । ଆଘାତ ସମସ୍ୟା ଯୋଗୁ ରବୀନ୍ଦ୍ର ଜାଡେଜା ଓ କେଏଲ ରାହୁଲ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି । ଫେବୃୟାରୀ ୨ରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ । ଏହି ୨ଜଣଙ୍କ ବଦଳରେ ବିସିସିଆଇ ୩ଟି ଜଣ ଖେଳାଳିଙ୍କୁ ସାମିଲ କରିଛି । ସେମାନେ ହେଲେ ବ୍ୟାଟ୍ସମ୍ୟାନ ସର୍ଫରାଜ ଖାଁ, ବାମହାତୀ ସ୍ପିନର ସୌରଭ କୁମାର ଓ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର । ସୁନ୍ଦର ଭାରତ ଏ ପକ୍ଷରୁ ଖେଳୁଥିବାରୁ ତାଙ୍କ ସ୍ଥାନରେ ସାରାଂଶ ଜୈନଙ୍କୁ ସାମିଲ କରାଯାଇଛି ।

ସର୍ଫରାଜ ଘରୋଇ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ୪୫ ପ୍ରଥମ ଶ୍ରେଣୀ ମ୍ୟାଚରେ ୩୯୧୨ ରନ ସଂଗ୍ରହ କରିଛନ୍ତି । ଅପରପକ୍ଷରେ ସୁନ୍ଦର ୪ଟି ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି । ୮୯ ରନ ବିନିମୟରେ ୩ଟି ୱିକେଟ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି । ଏହା ବ୍ୟତୀତ ସେ ୬୬.୨୫ ଆଭରେଜରେ ୨୬୫ ରନ ମଧ୍ୟ କରିଛନ୍ତି ।

ସେହିପରି ସୌରଭ ଉଭୟ ବ୍ୟାଟିଂ ଓ ବୋଲିଂରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଥିବାରୁ ତାଙ୍କୁ ମଧ୍ୟ ସୁଯୋଗ ପ୍ରଦାନ କରାଯାଇଛି ।
ଭାରତ ଟିମ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ, ଶ୍ରେୟାଶ ଆୟାର, କେଏସ ଭରତ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱୀନ, ଅକ୍ଷର ପଟେଲ, କୂଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀତ ବୁମରାହ, ଆଭେଶ ଖାଁ, ରଜତ ପାଟୀଦାର, ସର୍ଫରାଜ ଖାଁ, ୱାଶିଂଟନ ସୁନ୍ଦର, ସୌରଭ କୁମାର ।



[ad_2]

Leave a Reply

Your email address will not be published. Required fields are marked *

Back to top button