ଦେଶ- ବିଦେଶ

ଅନ୍ତରୀଣ ବଜେଟ୍: ପ୍ରତିରକ୍ଷା କ୍ଷେତ୍ରକୁ ମିଳିଲା କେତେ? – Sahana Mela

[ad_1]

ନୂଆଦିଲ୍ଲୀ: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ୨୦୨୪-୨୫ ଉପସ୍ଥାପନ କରିବା ବେଳେ ପ୍ରତିରକ୍ଷା ବିଭାଗ ପାଇଁ କିଛି ବିଶେଷ ଚିନ୍ତା କରିଛନ୍ତି। ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ ସରକାର ୬.୨୧ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରିଛନ୍ତି।

ଏଥର ପ୍ରତିରକ୍ଷା ବଜେଟ୍ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୪.୭୨ ପ୍ରତିଶତ ଅଧିକ। ଗତ ବର୍ଷ ଏହି ଆବଣ୍ଟନ ୫.୯୪ ଲକ୍ଷ କୋଟି ଟଙ୍କା ଥିଲା। ସାମରିକ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ପାଇଁ ସରକାର ମଧ୍ୟ ଏକ ଉଚ୍ଚାଭିଳାଷୀ ଯୋଜନା ଘୋଷଣା କରିଛନ୍ତି।୬.୨୧ ଲକ୍ଷ କୋଟି ଟଙ୍କା ବଜେଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ସିଂହ ଭାଗ ପାଇଛି। ଏହି କ୍ଷେତ୍ରର ବିକାଶ ପାଇଁ ଅର୍ଥମନ୍ତ୍ରୀ ଅନ୍ୟ ଲାଭଦାୟକ ଯୋଜନା ଗୁଡିକ ବିଷୟରେ ମଧ୍ୟ ଘୋଷଣା କରିଛନ୍ତି।

ସମୁଦାୟ ଆବଣ୍ଟନ ମଧ୍ୟରୁ ସାମରିକ ପୁଞ୍ଜି ଖର୍ଚ୍ଚ ପାଇଁ ୧.୭୨ ଲକ୍ଷ, ପ୍ରତିରକ୍ଷା ପେନସନ୍ ପାଇଁ ୧.୪ ଲକ୍ଷ କୋଟି ଏବଂ ପ୍ରତିରକ୍ଷା ସେବା ପାଇଁ ୨.୮ ଲକ୍ଷ କୋଟି ଟଙ୍କା ରଖାଯାଇଛି।

ପୁଞ୍ଜି ଖର୍ଚ୍ଚରେ ସଶସ୍ତ୍ର ବାହିନୀ ଏବଂ ସାଧାରଣ ନାଗରିକଙ୍କ ଦରମା, ପେନ୍ସନ୍, ସଶସ୍ତ୍ର ବାହିନୀର ଆଧୁନିକୀକରଣ, ଉତ୍ପାଦନ ପ୍ରତିଷ୍ଠାନ, ରକ୍ଷଣାବେକ୍ଷଣ, ଅନୁସନ୍ଧାନ ଏବଂ ବିକାଶ ସଂଗଠନଗୁଡ଼ିକ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ, ପ୍ରତିରକ୍ଷା ପାଇଁ ପୁଞ୍ଜି ବିନିଯୋଗରେ ନିର୍ମାଣ କାର୍ଯ୍ୟ, ଯନ୍ତ୍ରପାତି ନୌସେନା ଜାହାଜ ଏବଂ ବିମାନ ଭଳି ଉପକରଣ ପାଇଁ ଖର୍ଚ୍ଚ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି।

ଗତ ବର୍ଷର ବଜେଟ୍ ଆବଣ୍ଟନରେ ସୀମା ସଡକ ସଂଗଠନ ବା ବର୍ଡର ରୋଡସ୍ ଅର୍ଗନାଜେଶନ (BRO) ର ପୁଞ୍ଜି ବଜେଟରେ ୪୩% ବୃଦ୍ଧି ଓ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) କୁ ଆବଣ୍ଟନରେ ୯% ବୃଦ୍ଧି ଘଟିଛି। ନିର୍ମଳାଙ୍କ ଏହି ବଜେଟ ଉପସ୍ଥାପନା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟୁଇଟ କରି ଶୁଭେଚ୍ଛା ଜଣାଇଥିଲେ।

[ad_2]

Leave a Reply

Your email address will not be published. Required fields are marked *

Back to top button