ଦେଶ- ବିଦେଶ

ଇଡି ଗିରଫଦାରୀ ବିରୋଧରେ ହେମନ୍ତ ସୋରେନଙ୍କ ଆବେଦନକୁ ଗ୍ରହଣ କରିବାକୁ ମନା କଲେ ସୁପ୍ରିମକୋର୍ଟ – Sahana Mela

[ad_1]


ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବାକୁ ଚ୍ୟାଲେଞ୍ଜ କରି ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏପରି ସ୍ଥିତିରେ ସୁପ୍ରିମକୋର୍ଟ ତାଙ୍କ ରିଟ୍ ପିଟିସନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଏବଂ ସମ୍ବିଧାନର ଧାରା ୨୨୬ ଅନୁଯାୟୀ ହାଇକୋର୍ଟଙ୍କ ଠାରୁ ରିଲିଫ୍ ମାଗିବାକୁ କହିଛନ୍ତି।

ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଏମଏମ୍ ସୁନ୍ଦ୍ରେଶ ଓ ବେଲା ତ୍ରିବେଦୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ କହିଥିଲେ ଯେ ହେମନ୍ତ ସୋରେନ୍ ହାଇକୋର୍ଟରେ ତାଙ୍କ ମାମଲାର ତୁରନ୍ତ ଶୁଣାଣି ପାଇଁ ଅନୁରୋଧ କରିପାରିବେ।

ଇଡି ପକ୍ଷରୁ ୬ ଘଣ୍ଟାର ପଚରାଉଚରା ପରେ ହେମନ୍ତ ସୋରେନଙ୍କୁ ବୁଧବାର ରାତିରେ ଗିରଫ କରାଯାଇଥିଲା। ସେ କୌଣସି ଅନିୟମିତତାରେ ଥିବା ନେଇ ଅସ୍ୱୀକାର କରିଛନ୍ତି ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ କେନ୍ଦ୍ରୀୟ ଏଜେନ୍ସି ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛି ଏବଂ ତାଙ୍କୁ ଟାର୍ଗେଟ କରୁଛି ବୋଲି ଅଭିଯୋଗ କରିଛନ୍ତି।

ଗିରଫ ପୂର୍ବରୁ ସେ ଏକ ଭିଡିଓ ବାର୍ତ୍ତା ଜାରି କରି ଗରିବ, ଆଦିବାସୀ, ଦଳିତ ଓ ନିରୀହଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବେ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ, ଅନ୍ୟପଟେ ଚମ୍ପାଇ ସୋରେନ୍ ଆଜି ରାଞ୍ଚିସ୍ଥିତ ରାଜଭବନରେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ମୁଖ୍ୟ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ଗିରଫ କରିବା ପରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଥିଲେ।

ଏବେ ୧୦ ଦିନ ମଧ୍ୟରେ ହେମନ୍ତ ସୋରେନଙ୍କ ଅନୁଗତ ଚମ୍ପାଇ ସୋରେନଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡ଼ିବ। ତାଙ୍କୁ ରାଜ୍ୟରେ ଶାସକ ମେଣ୍ଟରେ ଥିବା କଂଗ୍ରେସ ଓ ଆରଜେଡିର ସମର୍ଥନ ମିଳିବ ବୋଲି ଆଶା କରାଯାଉଛି।



[ad_2]

Leave a Reply

Your email address will not be published. Required fields are marked *

Back to top button