ଦେଶ- ବିଦେଶ

ଚାଲି ଚାଲି ଥକି ପଡିବାରୁ ଆମ୍ବୁଲାନ୍ସକୁ କଲ୍ କରି ଲିଫ୍ଟ ମାଗିଲେ ମଦ୍ୟପ – Sahana Mela

[ad_1]


ହାଇଦ୍ରାବାଦ: ଲୋକ ମଦ ନିଶାରେ ସବୁ କିଛି ଭୁଲି ଯାଆନ୍ତି। ଏପରି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାରୁ। ଯେଉଁଠିକି ଜଣେ ମଦ୍ୟପ ଚାଲି ଚାଲି ଥକିଯିବାରୁ ଆମ୍ବୁଲାନ୍ସ କୁ ଫୋନ କରିଛନ୍ତି। ତାପରେ ତାଙ୍କ କଥା ଶୁଣି ତାଜୁବ୍ ହୋଇଯାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର।

ତେବେ ମଦ୍ୟପ ଜଣକ ହେଲେ ଜଙ୍ଗୋନ ଜିଲ୍ଲାର ଜନଗାଁର ରମେଶ । ସେ ଚାଲିଚାଲି ଥକିଯିବାରୁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆଉ ତା’ପରେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କହିଥିଲେ, ‘ମୋର ଆଉ ବଳ ପାଉନି, ମୁଁ ଆଉ ଚାଲିପାରୁ ନାହିଁ। ଭୁବନାଗିରିକୁ ଶୀଘ୍ର ଗାଡି ପଠାନ୍ତୁ। ମୋତେ ଟିକେ ଲିଫ୍ଟ ଦିଅନ୍ତୁ’। ଏତିକି କହି ସେ ସାଙ୍ଗେ ସାଙ୍ଗେ କଲ୍‌ କାଟି ଦେଇଥିଲେ।

କଲ୍‌ କାଟିବା ପରେ ତୁରନ୍ତ ଫୋନରେ ସୂଚନା ଦିଆଯାଇଥିବା ସ୍ଥାନକୁ ଆମ୍ବୁଲାନ୍ସ ପଠା ଯାଇଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ଆମ୍ବୁଲାନ୍ସ କର୍ମଚାରୀମାନେ ପୁନର୍ବାର ରମେଶଙ୍କୁ ଫୋନ କରିଥିଲେ। ରମେଶ ସାଙ୍ଗେ ସାଙ୍ଗେ ଆସି ଗାଡି ପାଖରେ ପହଞ୍ଚିଥିଲେ। ପରେ କର୍ମଚାରୀଜଣକ ତାଙ୍କୁ ଡାକିବାର କାରଣ ପଚାରିଥିଲେ। ଉତ୍ତରରେ ରମେଶ କହିଥିଲେ, ‘ମୋ ଘର ଜଙ୍ଗୋନ ଜିଲ୍ଲାରେ । ଭୁବନଗିରରୁ ସେଠାକୁ ଯିବା କଷ୍ଟକର। ରାତି ବି ବହୁତ ହେଲାଣି। ଯିବା ପାଇଁ ବସ, ଟ୍ୟାକ୍ସି କିମ୍ବା ଅନ୍ୟ କୌଣସି ଗାଡି ଖୋଜି ପାଉନି । ମୋତେ ଜନଗାଁ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ନଚେତ୍ ମୁଁ ବେହୋସ ହୋଇଯିବି।’ ରମେଶଙ୍କ କଥା ଶୁଣି ଆମ୍ବୁଲାନ୍ସ କର୍ମଚାରୀ ତାଜୁବ ହୋଇଯାଇଥିଲେ। ପରେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, ମାତ୍ର ସେ ବୁଝି ନଥିଲେ।

 

 

 

 



[ad_2]

Leave a Reply

Your email address will not be published. Required fields are marked *

Back to top button