ଦେଶ- ବିଦେଶ

ଜ୍ଞାନବାପି ରାୟ ବନ୍ଦ ହେବନି ପୂଜା ପାଠ: ବାରାଣସୀ କୋର୍ଟ – Sahana Mela

[ad_1]


ବାରାଣସୀ:ବିବାଦୀୟ ଜ୍ଞାନବାପି ମାମଲାକୁ ନେଇ ଆସୁଛି ମାନ୍ୟବର ଅଦାଲତଙ୍କ ରାୟ। ଯେଉଁଥିରେ ଶୁଣାଣି ହିନ୍ଦୁ ପକ୍ଷକୁ ଯାଉଥିବା ବେଳେ ମୁସଲିମ ପକ୍ଷକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି। ଜ୍ଞାନବାପି ବେସମେଣ୍ଟରେ ପୂଜା ଆରମ୍ଭ କରିବାକୁ ବାରାଣସୀ କୋର୍ଟଙ୍କ ଆଦେଶ ଆସିଥିବା ବେଳେ, ବିରୋଧରେ ମୁସ୍‌ଲିମ୍‌ ପକ୍ଷର ଆବେଦନ ଉପରେ ଶୁକ୍ରବାର ଆହ୍ଲାବାଦ ହାଇକୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ହାଇକୋର୍ଟ ପୂଜା ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରିଦେଇଥିଲେ। ଏବଂ ଫେବୃଆରୀ ୬ରେ ମାମଲାର ପରବର୍ତ୍ତୀ ଶୁଣାଣି ଶୁଣାଇବେ ବାରାଣସୀ କୋର୍ଟ। ତେବେ ଆଡ୍‌ଭୋକେଟ ସୟଦ ଫରମାନ ଅହମ୍ମଦ ନାକଭି ମୁସଲମାନ ପକ୍ଷରୁ ଯୁକ୍ତି ଉପସ୍ଥାପନ କରିଥିଲେ।

ପୂର୍ବରୁ କୋର୍ଟଙ୍କ ନିଷ୍ପତ୍ତି ଥିଲା ଯେ ବେସମେଣ୍ଟରେ ପୂଜା କରିବାକୁ ଅନୁମତି ଦିଆଯିବ। ଯାହାକୁ ବିରୋଧ କରିଥିଲା ମୁସଲିମ ପକ୍ଷ। ବାରାଣସୀ କୋର୍ଟ ଦେଇଥିବା ଆଦେଶ ପରେ ବେସମେଣ୍ଟରେ ପୂଜା ଆରମ୍ଭ ହୋଇଛି। ମୁସଲମାନ ଦଳ କୋର୍ଟଙ୍କ ଆଦେଶ ବିରୋଧରେ ବିଳମ୍ବିତ ରାତିରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ହାଇକୋର୍ଟ ଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ହାଇକୋର୍ଟରେ ମୁସଲିମ ପକ୍ଷର ଓକିଲ କହିଛନ୍ତି, ଜାନୁଆରୀ ୩୧ରେ ହୋଇଥିବା ଆଦେଶ ପାଇଁ ତାଙ୍କୁ ତୁରନ୍ତ କୋର୍ଟକୁ ଆସିବାକୁ ପଡ଼ିଲା। ହିନ୍ଦୁ ଦଳର ଓକିଲ ବିଷ୍ଣୁ ଶଙ୍କର ଜେନା ମୁସଲମାନ ଦଳର ଦାବିକୁ ବିରୋଧ କରିଥିଲେ। ତେବେ ଏହି ସ୍ଥାନ ସଂରକ୍ଷଣ କରିବାକୁ ଜଜ୍‌ ଉତ୍ତରପ୍ରଦେଶ ସରକାରଙ୍କୁ କହିଛନ୍ତି।




[ad_2]

Leave a Reply

Your email address will not be published. Required fields are marked *

Back to top button