ଦେଶ- ବିଦେଶ

ଜଳଖିଆ ନଦେବାରୁ ମା’କୁ ହତ୍ୟା କଲା ପୁଅ, ପରେ କଲା ଆତ୍ମସମର୍ପଣ – Sahana Mela

[ad_1]


ବେଙ୍ଗାଲୁରୁ: ମା’କୁ ଲୁହାରଡରେ ପିଟି ମାରିଲା ପୁଅ। ସକାଳ ଜଳଖିଆ ନଦେବାରୁ ନାବାଳକ ପୁଅ ନିଜ ମା’କୁ ହତ୍ୟା କରିଛି। କର୍ଣ୍ଣାଟକର ମୁଲବାଗାଲ ସହରରେ ଘଟିଛି ଏହି ଘଟଣା । ନିଜ ମା’ଙ୍କୁ ହତ୍ୟା କରିବା ପରେ ପୋଲିସ ନିକଟକୁ ଯାଇ ଆତ୍ମସମର୍ପଣ କରିଥିଲା। ପରେ ପୋଲିସ ତାକୁ ଅଟକ କରିଛି ।

ଶୁକ୍ରବାର କ୍ଲାସ ଯିବା ପାଇଁ ପ୍ରସ୍ତୁତ ହେଉଥିଲା ନାବାଳକ। ସେ ତାଙ୍କ ମା’ଙ୍କୁ ଜଳଖିଆ ଦେବାକୁ କହିଥିଲା। ପୁଅକୁ ଜଳଖିଆ ଦେବାକୁ ରୋକଠୋକ ମନା କରିଦେଇଥିଲେ । ମା’ ତାକୁ କହିଥିଲେ ଯେ ସେ ତାଙ୍କ ପୁଅ ନୁହଁନ୍ତି। ଏଥିରେ ରାଗିଯାଇ ପିଲାଟି ତା ମା’ର ମୁଣ୍ତକୁ ଲୁହା ରଡରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା।

ପୋଲିସ କହିଛି ଯେ ନାବାଳକ ପୋଲିସ ଷ୍ଟେସନକୁ ଯାଇ ଜଣେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ରାଗରେ ନିଜ ମା’କୁ ପିଟି ଦେଇଥିଲା। ଏହାପରେ ସେ ଭୟଭୀତ ହୋଇଯାଇଥିଲା।



[ad_2]

Leave a Reply

Your email address will not be published. Required fields are marked *

Back to top button