ଦେଶ- ବିଦେଶ

ପାକିସ୍ତାନରେ ପୋଲିଓ ଆତଙ୍କ, ମାସକରେ ୨୮ସଂକ୍ରମିତ ଚିହ୍ନଟ – Sahana Mela

[ad_1]


ଇସଲାମାବାଦ: ପାକିସ୍ତାନରେ ୱାଇଲ୍ଡ ପୋଲିଓ ଭାଇରସର ନୂଆ ମାମଲା ସାମନାକୁ ଆସିଛି । ଡନ୍ ନ୍ୟୁଜ୍ ଅନୁଯାୟୀ, ଜାନୁଆରୀରେ ପାକିସ୍ତାନର ୧୯ଟି ଜିଲ୍ଲାରୁ ୨୮ ଟି ନମୁନା ନିଆଯାଇଥିବା ବେଳେ ଡିସେମ୍ବରରେ କ୍ୱେଟା ଏବଂ ଖୁଜଦାରରୁ ଦୁଇଟି ନମୁନା ନିଆଯାଇଥିଲା। । ଏହି ସମସ୍ତ ମାମଲା ପଜିଟିଭ ବୋଲି ଜଣାପଡିଛି।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥର ଜଣେ ଅଧିକାରୀଙ୍କ ଅନୁଯାୟୀ, କ୍ୱେଟା ଏବଂ କରାଚି ପୂର୍ବର ୪ଟି ନମୁନା, ପେଶୱାର, କରାଚି ଦକ୍ଷିଣ, କରାଚି କେମାରିରୁ ୨ଟି ଲେଖାଏ ନମୁନା। ଏହା ବ୍ୟତୀତ ହାଇଦରାବାଦ, ପିସିନ୍, କେଚ୍, ନାସିରାବାଦ, ଡିଜି ଖାନ୍, ରାୱଲପିଣ୍ଡି ଏବଂ ଲାହୋରରୁ ଏହି ନମୁନାଗୁଡିକ ଜାନୁୟାରୀ ୨ ରୁ ଜାନୁୟାରୀ ୧୬ ମଧ୍ୟରେ ସଂଗ୍ରହ କରାଯାଇଥିଲା। ତେବେ ସବୁ କେସରେ ପୋଲିସ ଭୂତାଣୁ ମିଳିଛି।
ଅଧିକାରୀ କହିଛନ୍ତି ଯେ ଜାନୁଆରୀ ୨୦୨୪ରେ ୨୮ଟି ପଜିଟିଭ କେସ ଚିହ୍ନଟ ହୋଇଛି। ଏହା ପୂର୍ବରୁ ୨୦୨୩ରେ ୧୨୬ଟି ୱାଇୱ୍ଡ ପୋଲିଓ ଜୀବାଣୁ ଚିହ୍ନଟ ହୋଇଥିଲା। ପାକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀ ନାଦିମ ଜନ କହିଛନ୍ତି ଯେ ଗତ ବର୍ଷ ୧୨୬ଟି ପଜିଟିଭ କେସ ମଧ୍ୟରୁ ୧୨୦ଟିରେ ପୋଲିଓ ସୁନିଶ୍ଚିତ କରାଯାଇଥିଲା।
ସ୍ୱାସ୍ଥ୍ୟ ସଚିବ ଇଫତିହାର ଅଲି ଶାଲୱାନି କହିଛନ୍ତି, ଏହି ଭୂତାଣୁକୁ ଦୂର କରିବା ପାଇଁ ପାକିସ୍ତାନ ପ୍ରତିବଦ୍ଧ । ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ହଟାଇବାକୁ ଲକ୍ଷ୍ୟ ରଖାଯାଇଛି । ସେ କହିଛନ୍ତି ଯେ ପିଲାମାନଙ୍କୁ ପୋଲିଓରୁ ରକ୍ଷା କରିବା ଆମର ସର୍ବୋଚ୍ଚ ପ୍ରାଥମିକତା।



[ad_2]

Leave a Reply

Your email address will not be published. Required fields are marked *

Back to top button