ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି – Sahana Mela
[ad_1]
ଭୁବନେଶ୍ୱର : ରାଜ୍ୟସଭା ଆସନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି I ଏନେଇ ଗତ ଜାନୁଆରୀ ୨୯ ତାରିଖ ଦିନ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର । ୧୫ଟି ରାଜ୍ୟର ମୋଟ ୫୬ଟି ଆସନ ପାଇଁ ନିର୍ବାଚନ ହେବ । ସେହି ସମସ୍ତ ଆସନ ମଧ୍ୟରେ ଓଡ଼ିଶାର ୩ଟି ଆସନ ଖାଲି ରହିଛି । ବିଜେଡିର ଦୁଇ ସାଂସଦ ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ସମାପ୍ତ ହେଉଛି ।
ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ଏହାପରେ ୧୬ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଓ ୨୦ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ୨୭ ତାରିଖ ଦିନ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ତା’ପରେ ସନ୍ଧ୍ୟା ୫ଟାରୁ ଭୋଟ ଗଣତି ଆରମ୍ଭ ହେବ । ଓଡ଼ିଶାର କେଉଁ ପ୍ରାର୍ଥୀମାନେ ଏଥର ରାଜ୍ୟସଭାକୁ ଯିବ ତା’ ଉପରେ ଏବେ ସଭିଙ୍କ ନଜର ରହିଛି ।
ସୂଚନାନୁସାରେ,ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୬ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସମାପ୍ତ ହେବ । ସେମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶର ୧୦ ଜଣ, ମହାରାଷ୍ଟ୍ର ଓ ବିହାରର ୬ ଜଣ ଲେଖାଏଁ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୫ ଜଣ ଲେଖାଏଁ, ଗୁଜରାଟ ଓ କର୍ଣ୍ଣାଟକର ୪ ଜଣ ଲେଖାଏଁ, ଓଡ଼ିଶା, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୩ ଜଣ ଲେଖାଏଁ, ଛତିଶଗଡ଼, ହରିୟାଣା ଓ ହିମାଚଳ ପ୍ରଦେଶର ଜଣେ ଲେଖାଏଁ ସାଂସଦଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି ।
[ad_2]