ରାଜନୀତି

ବିଧାନସଭାରେ ବଜ୍ରପାତରେ ମୃତ ବ୍ୟକ୍ତିଙ୍କ ହିସାବ  – Sahana Mela

[ad_1]


ଭୁବନେଶ୍ୱର: ବିଧାନସଭାର ୪ର୍ଥ ଦିନରେ ଉପସ୍ଥାପନ ହେଲା ବଜ୍ରପାତରେ ମୃତ୍ୟବରଣ କରିଥିବା ଲୋକଙ୍କ ହିସାବ। ଗତ ୫ ବର୍ଷରେ ବଜ୍ରପାତରେ କେତେ ଲୋକଙ୍କର ଜୀବନ ଯାଇଛି ସେ ନେଇ ତଥ୍ୟ ଉପସ୍ଥାପନା କରାଯାଇଛି। ଷୋଡ଼ଶ ବିଧାନସଭାର ୪ର୍ଥ ଦିନରେ ପ୍ରଶ୍ନ ପଚାରିଥିଲା କଂଗ୍ରେସ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି। ମୃତକଙ୍କ ପରିବାରକୁ ବିପର୍ୟ୍ୟୟ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ମୃତକଙ୍କ ପରିବାରକୁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଗତ ୫ ବର୍ଷରେ ବଜ୍ରପାତରେ ଯାଇଛି ୧୪୭୨ ଲୋକଙ୍କ ଜୀବନ ଏବଂ ୧୪୫ ଜଣ ଏଥିରେ ଆହତ ହୋଇଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ବଜ୍ରପାତରେ ୪୦% ଅକର୍ମଣ୍ୟ ହୋଇଥିବା ବ୍ୟକ୍ତିଙ୍କୁ ୭୪ ହଜାର ଟଙ୍କା ମିଳୁଛି। ସେହିପରି ୬୦% ଅକର୍ମଣ୍ୟ ହୋଇଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଉଛି। ଯଦି କୌଣସି ବ୍ୟକ୍ତି ବଜ୍ରପାତରେ ଆହତ ହୋଇ ୭ ଦିନରୁ ଅଧିକ ଦିନ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି, ତାହାହେଲେ ସେମାନଙ୍କୁ ୧୬ ହଜାର ଟଙ୍କା ପ୍ରଦାନ କରାଯାଉଛି। ଏକ ସପ୍ତାହରୁ କମ୍‌ ଦିନ ଚିକିତ୍ସା ହେଉଥିଲେ, ୫ ହଜାର ୪୦୦ ଟଙ୍କା ଲେଖାଏଁ ସହାୟତା ଆକାରରେ ପ୍ରଦାନ କରାଯାଉଥିବା ମନ୍ତ୍ରୀ ସୁଦାମ ମାରାଣ୍ଡି ଉତ୍ତର ରଖିଥିଲେ।

ପୂର୍ବରୁ ବଜ୍ରପାତ ଯୋଗୁଁ ବଢୁଥିବା ମାନବ ଏବଂ ପଶୁଙ୍କ ମୃତ୍ୟୁକୁ ନେଇ ଗୁରୁତର ଉଦବେଗ ପ୍ରକାଶ କରି ଓଡିଶା ସରକାର ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ କେନ୍ଦ୍ର ଆଗରେ ଦାବି କରିଥିଲେ। ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ୪୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ବୋଲି ଦାବି କରି ପୂର୍ବତନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଲା ମଲ୍ଲିକ ବୁଧବାର କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ। ଉତ୍ତରରେ କେନ୍ଦ୍ର ସରକାର ଏହି ଘଟଣାରେ ଦୃଷ୍ଟି ଦେବେ ବୋଲି କହିଥିଲେ।




[ad_2]

Leave a Reply

Your email address will not be published. Required fields are marked *

Back to top button