ରାଜନୀତି

ନିର୍ବାଚନ ପୂର୍ବରୁ ଲଗୁହେବ CAA: ଅମିତ ଶାହ – Sahana Mela

[ad_1]


ନୂଆଦିଲ୍ଲୀ:ସାରା ଦେଶରେ ଲାଗୁ ହେବ ନାଗରିକତା ସଂଶୋଧନ ଅଧିନିୟମ ବା ସିଏଏ। ତାହା ବି ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ। ଏପରି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଲୋକସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି ଭାରତୀୟ ଜନତା ପାର୍ଟି । ଏଥର ଏନଡିଏ ୪୦୦ ସିଟ୍ ପାର୍ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଏପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏକ ସମ୍ମିଳନୀରେ ନିର୍ବାଚନ ପୂର୍ବରୁ ସିଏଏକୁ ଲାଗୁ ହେବ ବୋଲି କହିଛନ୍ତି ।

ନାଗରିକତା ସଂଶୋଧନ ଅଧିନିୟମ ଦ୍ବାରା କୌଣସି ବ୍ୟକ୍ତିର ନାଗରିକତା ଅଧିକାର ଅପସାରଣ କରାଯିବ ନାହିଁ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆହୁରି ମଧ୍ୟ ସ୍ପଷ୍ଟ କରି କହିଛନ୍ତି ଯେ, ଏହାର ଉଦ୍ଦେଶ୍ୟ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରେ ଧାର୍ମିକ ଉତ୍ପୀଡନର ଶିକାର ହେଉଥିବା ସଂଖ୍ୟାଲଘୁଙ୍କୁ ନାଗରିକତା ଦିଆଯିବ।

ଦେଶବାସୀଙ୍କ ପାଇଁ ଏପରି ଘୋଷଣା କରିବା ପରେ ଶାହଙ୍କ ଟାର୍ଗେଟ ଥିଲା ବିରୋଧି ଦଳ ଉପରେ। ବିରୋଧୀଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି,ଏଭଳି ଘୋଷଣା ପ୍ରଥମେ କଂଗ୍ରେସ ହିଁ କରିଥିଲା। ବିପକ୍ଷ ପାର୍ଟିର ନେତା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଭୁଲ୍ ସନ୍ଦେଶ ଦେଇ ଭୁଆଁ ବୁଲାଇବା ଚେଷ୍ଟା କରୁଛନ୍ତି । ନାଗରିକତା ସଂଶୋଧନ ଅଧିନିୟମ କେବଳ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଭାରତରେ ନାଗରିକତା ଦେବା ଉଦ୍ଦେଶ୍ୟରେ ହୋଉଛି ବୋଲି ଗୃହମନ୍ତ୍ରୀ କହିଛନ୍ତି ।




[ad_2]

Leave a Reply

Your email address will not be published. Required fields are marked *

Back to top button