ମନୋରଞ୍ଜନ

୧୬ତମ ବିବାହ ବାର୍ଷିକିରେ ପତ୍ନୀ ମାନ୍ୟତାଙ୍କ ପାଇଁ ରୋମାଣ୍ଟିକ୍ ପୋଷ୍ଟ କଲେ ଅଭିନେତା ସଞ୍ଜୟ ଦତ୍ତ – Sahana Mela

[ad_1]


ମୁମ୍ବାଇ: ସଞ୍ଜୟ ଦତ୍ତ ତାଙ୍କ ୧୬ ତମ ବିବାହ ବାର୍ଷିକୀରେ ତାଙ୍କ ପତ୍ନୀ ମାନ୍ୟତାଙ୍କ ପାଇଁ ଏକ ରୋମାଣ୍ଟିକ ପୋଷ୍ଟ ସେୟାର କରିଛନ୍ତି । ଏହି ବିଶେଷ ସମୟକୁ ସ୍ମରଣୀୟ କରିବା ପାଇଁ ଦମ୍ପତି ପରସ୍ପରର କିଛି ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସଞ୍ଜୟ ଦତ୍ତ ତାଙ୍କ ପତ୍ନୀ ମାନ୍ୟତାଙ୍କ ସହ ଏକ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ବିବାହ ବାର୍ଷିକୀର ଅନେକ ଅନେକ ଶୁଭେଚ୍ଛା ମ୍ୟାମ୍, ମୋ ଜୀବନର ସର୍ବୋତ୍ତମ ଅଂଶ ହୋଇଥିବାରୁ ଧନ୍ୟବାଦ ଏବଂ ତୁମେ ମୋତେ ଦେଇଥିବା ସେହି ୨ ଟି ସୁନ୍ଦର ସନ୍ତାନ ପାଇଁ ଧନ୍ୟବାଦ, ସେହି ମାଙ୍କୁ ମଧ୍ୟ ଧନ୍ୟବାଦ ଓ ଅନେକ ଭଲପାଇବା । ଦୁନିଆ ସମାପ୍ତ ହେବା ପରେ ମଧ୍ୟ ମୁଁ ତୁମ ସହିତ ରହିବି । ଲଭ୍ ୟୁ ଏବଂ ଶୁଭ ବିବାହ ବାର୍ଷିକୀ ।

ସଞ୍ଜୟ ଦତ୍ତଙ୍କ ପୋଷ୍ଟରେ ଶିଳ୍ପା ଶେଟ୍ଟୀ ମଧ୍ୟ କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି, “ଓଃ, ତୁମ ଦୁହିଁଙ୍କୁ ବିବାହ ବାର୍ଷିକୀର ଶୁଭାଚ୍ଛା ।“ ଏଥି ସହିତ, ମନ୍ୟତା ଏକ ସୁନ୍ଦର ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଉଭୟ ଧଳା ଏବଂ ବାଦାମୀ ରଙ୍ଗର ପୋଷାକ ପିନ୍ଧିଛନ୍ତି । ଏହା ସହିତ ସେ ଏକ ଇମୋସନାଲ ନୋଟ୍ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି, “ସ୍ଵିଟ୍ ସିକ୍ସଟିନ୍ !!! ଆମ ଜୀବନର ଖଟା-ମିଠା ମୁହୂର୍ତ୍ତକୁ ସର୍ବଦା ଏକାଠି ପାଳନ କରିବା …! ତୁମକୁ ସବୁଦିନ ପାଇଁ ଭଲ ପାଏ !!”

ସୂଚନାଯୋଗ୍ୟ ଯେ, ସଞ୍ଜୟ ଦତ୍ତ ଏବଂ ମାନ୍ୟତା ୨୦୦୮ ରେ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ, ସେମାନଙ୍କର ଯାଆଁଳା ସନ୍ତାନ ଶାହରାନ୍ ଏବଂ ଇକ୍ରା ଜନ୍ମ ହୋଇଥିଲେ | ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ସଞ୍ଜୟ ଦତ୍ତ ତାଙ୍କର ଆଗାମୀ ଚଳଚ୍ଚିତ୍ର “ୱେଲକମ୍ ୩” ପାଇଁ ପ୍ରସ୍ତୁତ ହେଉଛନ୍ତି | ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର, ରଭିନା ଟଣ୍ଡନ୍, ଲାରା ଦତ୍ତା, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଦିଶା ପଠାନି, ସୁନୀଲ ସେଟ୍ଟୀ, ଅର୍ଶଦ ୱାର୍ସି, ପରେଶ ରାୱଲ, ଜନି ଲିଭର, ରାଜପାଲ ଯାଦବ ମଧ୍ୟ ଅଭିନୟ କରିଛନ୍ତି। ଏମାନଙ୍କ ବ୍ୟତୀତ ତୁଷାର କପୁର, ଶ୍ରେୟସ୍ ତାଲପଡେ, କୃଷ୍ଣ ଅଭିଷେକ ମଧ୍ୟ ଏହି ଚଳଚ୍ଚିତ୍ରର ଏକ ଅଂଶ ହୋଇଛନ୍ତି ।





[ad_2]

Leave a Reply

Your email address will not be published. Required fields are marked *

Back to top button