ରାଜନୀତି

ଆସ୍ଥା ଭୋଟ୍ ହାତେଇଲେ ନୀତୀଶ କୁମାର – Sahana Mela

[ad_1]


ପାଟନା:ହଟଚମଟ ମଧ୍ୟରେ ବିହାର ରାଜନୀତିରେ ଆସ୍ଥା ଭୋଟ ହାତେଇଛନ୍ତି ନୀତୀଶ କୁମାର। ଫ୍ଲୋର ଟେଷ୍ଟ ପାଇଁ ସୋମବାର ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ଏହାରି ମଧ୍ୟରେ ଆସ୍ଥା ଭୋଟ୍ ତାଙ୍କ ସପକ୍ଷରେ ଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ମିଶି ସରକାର ଗଢିବା ପରେ ଆଜି ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଛନ୍ତି। ନିତୀଶଙ୍କ ସପକ୍ଷରେ ୧୨୯ ଖଣ୍ଡ ଭୋଟ ପଡିଲା ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଧାନସଭାରେ ଆରଜେଡି ଦଳରୁ ବାଚସ୍ପତି ହୋଇଥିବା ଅବଧ ବିହାରୀ ଚୌଧୁରୀଙ୍କ ସପକ୍ଷରେ ୧୧୨ ବିଧାୟକ ଭୋଟ ଦେଇଥିବାବେଳେ ବିପକ୍ଷରେ ପଡିଥିଲା ୧୨୫ ଭୋଟ। ଏହା ସହ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ ହୋଇଛି। ଏହାରି ଭିତରେ ଇସ୍ତଫା ଦେଇଛନ୍ତି ବାଚସ୍ପତି ଅବଧ ବିହାରୀ ଚୌଧୁରୀ। ତାଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଅଣାଯିବା ପରେ ସେ ପଦ ଛାଡିଛନ୍ତି।

ପୂର୍ବ ସୂଚନା ଅନୁସାରେ ନୀତୀଶ କୁମାରଙ୍କ ନେତୃତ୍ୱରେ ନୂତନ ସରକାର ଗଠନ ପରେ ତାଙ୍କୁ ବାଚସ୍ପତି ପଦରୁ ହଟାଇବା ପାଇଁ ଗୃହରେ ଏକ ଅବିଶ୍ୱାସ ପ୍ରସ୍ତାବ ଅଣାଯାଇଥିଲା। ଏହା ସତ୍ତ୍ୱେ ସେ ଏହି ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଥିଲେ। ତେବେ ସୋମବାର ଏହି ପ୍ରସ୍ତାବ ଉପରେ ଆଲୋଚନା କରିବା ପରେ ସେ ବାଚସ୍ପତି ପଦବୀ ଛାଡିଛନ୍ତି। ଅବଧ ଚୌଧୁରୀଙ୍କୁ ୧୨୫ ବନାମ ୧୧୨ ଭୋଟ୍‌ରେ ବାଚସ୍ପତି ପଦରୁ ହଟାଇ ଦିଆଯାଇଛି। ତାଙ୍କ ପରେ ବିଧାନସଭାର ଉପ ବାଚସ୍ପତି ମହେଶ୍ୱର ହଜାରୀ ଗୃହର ପ୍ରକ୍ରିୟା ପରିଚାଳନା କରିଛନ୍ତି। ତେବେ ଆଗକୁ କିଏ ଏହି ପଦବୀରେ ବିରାଜୁଛନ୍ତି ତାହା ଦେଖିବା ଅପେକ୍ଷା।




[ad_2]

Leave a Reply

Your email address will not be published. Required fields are marked *

Back to top button