ଦେଶ- ବିଦେଶ

କଂଗ୍ରେସରୁ ଇସ୍ତଫା ଦେଲେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ – Sahana Mela

[ad_1]


ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ହେଭିୱେଟ୍ ଅଶୋକ ଚୌହାନ ଲୋକସଭା ନିର୍ବାଚନର କିଛି ମାସ ପୂର୍ବରୁ ଦଳରୁ ଇସ୍ତଫା ଦେଇଛନ୍ତି। ଯାହା ବିରୋଧୀ ମେଣ୍ଟକୁ ଆଉ ଏକ ଝଟକା ଦେଇଛି।

ବିଜେପିରେ ଯୋଗ ଦେବେ କି ବୋଲି ପଚରାଯିବାରୁ ଚୌହ୍ୱାନ ଗଣମାଧ୍ୟମକୁ କହିଛନ୍ତି, ମୁଁ ଏପର୍ଯ୍ୟନ୍ତ ବିଜେପିରେ ଯୋଗ ଦେବା ନେଇ କୌଣସି ନିଷ୍ପତ୍ତି ନେଇନାହିଁ, ସେମାନଙ୍କ କାର୍ଯ୍ୟ ପ୍ରଣାଳୀ ଜାଣିନାହିଁ। ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ବାବା ସିଦ୍ଦିକି ଓ ମିଲିନ୍ଦ ଦେଓରା ଦଳ ଛାଡିବାର କିଛି ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହ୍ବାନ ଏହି ଇସ୍ତଫା ଦେଇଛନ୍ତି।

ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ନାନା ପଟୋଲେଙ୍କୁ ଏକ ଧାଡ଼ିକିଆ ଇସ୍ତଫା ପତ୍ର ଲେଖି ସେ ଲେଖିଛନ୍ତି, “ମୁଁ ୧୨/୦୨/୨୦୨୪ ମଧ୍ୟାହ୍ନରୁ ଜାତୀୟ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି”। ୬୫ ବର୍ଷୀୟ ଏହି ନେତା ବିଧାୟକ ପଦରୁ ଇସ୍ତଫା ପତ୍ର ମଧ୍ୟ ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ଇସ୍ତଫା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚୌହାନ କହିଛନ୍ତି, ମୁଁ ବିଧାୟକ ତଥା କଂଗ୍ରେସ ଦଳର ସମସ୍ତ ପଦବୀରୁ ଇସ୍ତଫା ଦେଇଛି। କିଛି ଦିନ ମଧ୍ୟରେ ମୁଁ ନିଷ୍ପତ୍ତି ନେବି ଆଗକୁ କ’ଣ କରାଯିବ। ମୁଁ ସାରା ଜୀବନ କଂଗ୍ରେସ ପାଇଁ କାମ କରିଛି କିନ୍ତୁ ଏବେ ବିକଳ୍ପ ଖୋଜୁଛି।

ସାରା ଜୀବନ ମୁଁ ଜଣେ କଂଗ୍ରେସକର୍ମୀ ରହି ଆସିଛି ଏବଂ ସଚ୍ଚୋଟ ଭାବରେ ଦଳ ପାଇଁ କାମ କରିଛି। ମୁଁ ଭାବୁଛି ଯେ ପ୍ରତିଥର ମୁଁ କାହିଁକି ଦଳ ଛାଡିଛି ତାହା ଆମକୁ ଉଲ୍ଲେଖ କରିବାକୁ ପଡିବ ନାହିଁ; ଏହା ମୋର ବ୍ୟକ୍ତିଗତ କାରଣ ବୋଲି ସେ କହିଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button