ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ନାଁ ନ ନେଇ ରାଜ୍ୟ ସରକାରଙ୍କୁ ଶିବରାଜଙ୍କ ଟାର୍ଗେଟ – Sahana Mela

[ad_1]


ଭୁବନେଶ୍ୱର:ବିଜେଡିି ସରକାର ଉପରେ ଗର୍ଜିଲେ ଶିବରାଜ। କହିଲେ ଓଡିଶାରେ ଆଉଟସୋର୍ସିଂ ସରକାର। ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଶିବରାଜ ସିଂ ଚୌହାନ୍ । ବେଲଗାମ୍ ଅଧିକାରୀ ସାରା ଓଡିଶାକୁ ଭ୍ରଷ୍ଟାଚାରରେ ବୁଡାଇଛନ୍ତି। ଓଡିଶାରେ ମହିଳାମାନେ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି। ମାଆ ଭଉଣୀ ମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। ଓଡିଶାରେ ବିଜେପି ବହୁମତ ସହ ସରକାର କରିବ। ସେ ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ସମାଲୋଚନା କରି ଓଡିଶାରେ ଆଉଟସୋର୍ସିଂ ସରକାର ଚାଲିଥିବା କହିଛନ୍ତି। ନବୀନ ବାବୁ ନିଜେ ସରକାର ଚଳାଉନାହାନ୍ତି, ଆଉଟସୋର୍ସକୁ ଦେଇଛନ୍ତି। ସେ ସରକାର ଚଳାଉ ନାହାନ୍ତି, ତାଙ୍କ ଅଧିକାରୀମାନେ ସରକାର ଚଳାଉଛନ୍ତି।

ତାଙ୍କ ଭାଷଣରେ ସେ କହିଛନ୍ତି ଯେ, ଲୋକସଭାରେ ବିଜେପି ବିପୁଳ ଭୋଟ୍ ପାଇବ । ବିଧାନସଭାରେ ବି ବହୁମତ ସହ ରାଜ୍ୟରେ ବିଜେପି ସରକାର କରିବ । ଓଡିଶାରେ ବିଜେପି ଶକ୍ତିରେ ଲଢିବ ଏବଂ ସରକାର ଗଢିବ। ଓଡିଶାର ବିକାଶ ପାଇଁ ମୋଦି ଦେଉଥିବା ଅର୍ଥ ସଠିକ୍ ବିନିଯୋଗ ହେଉନି। ମୋଦି ଟଙ୍କା ଦେଉଛନ୍ତି , ନବୀନ ତା ଉପରେ ଠପ୍ପା ଲଗାଉଛନ୍ତି। ନବୀନଙ୍କ ଅଧିକାରୀମାନେ କେବଳ ରି-ବ୍ରାଣ୍ହିଂ କରୁଛନ୍ତି । ସାଧାରଣ ଲୋକ ଏକଥା ଜାଣି ସାରିଲେଣି ବୋଲି ଶିବରାଜ୍‌ କହିଛନ୍ତି। ଓଡ଼ିଶା ଗସ୍ତରେ ଥିବା ବେଳେ ଏପରି ରଣହୁଙ୍କାର ଦେଇ ବର୍ଷିଛନ୍ତି ଶିବରାଜ ସିଂ ଚୌହାନ।




[ad_2]

Leave a Reply

Your email address will not be published. Required fields are marked *

Back to top button