ରାଜନୀତି

ମହାରାଷ୍ଟ୍ର ରାଜନୀତି: କାଲି ହାତ, ଆଜି ପଦ୍ମ – Sahana Mela

[ad_1]


ମୁମ୍ବାଇ:କାଲି ଛାଡିଥିଲେ ହାତ, ହାତ ଛାଡ଼ୁ ଛାଡ଼ୁ ଧରିଲେ ପଦ୍ମ। ମହାରାଷ୍ଟ୍ର ରାଜନୀତିରେ କଂଗ୍ରେସକୁ ଲାଗିଛି ବଡ଼ ଧକ୍କା। ସେ ବି ନିର୍ବାଚନ ଠିକ୍ ପୂର୍ବରୁ। ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ କଂଗ୍ରେସରୁ ବାହାରିବା ପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ରହିବ ତାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲା। କିନ୍ତୁ ଏବେ ସବୁ ଚର୍ଚ୍ଚାର ଅନ୍ତ ଘଟିଛି। ମୁମ୍ବାଇ ଦଳୀୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ଡେପୁଟି ସିଏମ୍ ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପସ୍ଥିତ ଥିଲେ।

ପୂର୍ବ ସୂଚନା ଅନୁସାରେ, ଅଶୋକ ଚୌହାନ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସେହି ସମୟ ସେ ବିଜେପିରେ ଯୋଗଦେବେ ବୋଲି ଅନୁମାନ କରାଯାଉଥିଲା। ବିଜେପିରୁ ଅଶୋକ ରାଜ୍ୟସଭା ପ୍ରାର୍ଥୀ ହୋଇପାରନ୍ତି। ସେହିଭଳି ଅଶୋକଙ୍କ ସହ କଂଗ୍ରେସର କିଛି ବିଧାୟକ ମଧ୍ୟ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି।

ଅଶୋକ ବିଜେପିରେ ସାମିଲ ହେବା ପରେ କଂଗ୍ରେସକୁ ବଡ ଝଟକା ଲାଗିଛି। କାରଣ ନିଜ ଗୃହ ଜିଲ୍ଲା ନନ୍ଦେଡ ସମେତ ଏହାର ପାଖ ନିର୍ବାଚନମଣ୍ଡଳୀରେ ମଧ୍ୟ ଅଶୋକଙ୍କର ଦବଦବା ଯଥେଷ୍ଟ ଅଧିକ ରହିଛି। ତୃଣମୂଳ ସ୍ତରରେ ତାଙ୍କର ପତିଆରା ଓ ଜନତାଙ୍କ ସପୋର୍ଟ ମଧ୍ୟ ବେଶ୍ ଅଧିକ। ମହାରାଷ୍ଟ୍ର କଂଗ୍ରେସର ଅଶୋକ ଥିଲେ ଜଣେ ଜଣାଶୁଣା ଚେହେରା। ମୋଦି ଲହର ସତ୍ତ୍ୱେ ବି ସେ ୨୦୧୪ରେ ନନ୍ଦେଡ ଆସନରୁ କଂଗ୍ରେସକୁ ବିଜୟୀ କରାଇଥିଲେ। ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ଅଶୋକ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ । କିନ୍ତୁ ଆଦର୍ଶ ଦୁର୍ନୀତିରେ ତାଙ୍କ ନିଁ ଉଠିବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲା। ଏବେ ସେ ବିଜେପିରେ ସାମିଲ୍ ହେବା ପରେ ଉଭୟ ହାତ ଓ ପଦ୍ମ ଶିବିର ସରଗରମ ହୋଇପଡିଛି।




[ad_2]

Leave a Reply

Your email address will not be published. Required fields are marked *

Back to top button