ଦେଶ- ବିଦେଶ

ପୁଲୱାମା ଆକ୍ରମଣକୁ ୫ବର୍ଷ, ସେହି କାଳଦିନ କଥା ମନେ ପଡିଲେ ଆଜି ବି ଶିହରି ଉଠେ ଦେହ – Sahana Mela

[ad_1]


ନୂଆଦିଲ୍ଲୀ: ଫେବୃଆରୀ ୧୪ ତାରିଖ… ଏହି ତାରିଖକୁ କିଏ ବା ଭୁଲିପାରିବ । ସେଦିନ ଥିଲା ପ୍ରେମର ଦିନ । କିନ୍ତୁ ଦେଶ ପାଇଁ ପାଲଟିଯାଇଥିଲା ତାହା କଳା ଦିନ । ଠିକ୍ ଆଜିର ଦିନରେ ଜମ୍ମୁକାଶ୍ମୀର ଶ୍ରୀନରରେ ହୋଇଥିଲା ଆତ୍ମଘାତି ବିସ୍ଫୋରଣ । ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ଚାଲିଯାଇଥିଲା ୪୦ ବୀର ଯବାନଙ୍କ ଜୀବନ । ଆଉ ଆକ୍ରମଣର ମାତ୍ର ୧୨ଦିନ ମଧ୍ୟରେ ପ୍ରତିଶୋଷଧ ନେଇଥିଲା ଭାରତୀୟ ସେନା । ଏହାରି ଭିତରେ ପୁଲୱାମା ଆକ୍ରମଣକୁ ପୁରିଛି ୫ ବର୍ଷ । ସାରା ଦେଶ ଆଜି ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।

୧୪ ଫେବୃଆରୀ ୨୦୧୯ । ପୂର୍ବବର୍ଷ ଭଳି ସେଦିନ ମଧ୍ୟ ଭାଲେଣ୍ଟାଇନ ଡେ ପାଳନ କରୁଥିଲେ ଦେଶର ଯୁବବର୍ଗ । ହେଲେ ହଠାତ ଦ୍ୱିପ୍ରହର ୩.୩୦ ଏପରି ଏକ ଖବର ଆସି ପହଞ୍ଚିଲା ଯାହା ସମଗ୍ର ଦେଶରେ ଶୋକର ଛାୟା ଖେଳାଇଦେଇଥିଲା। ଅଚାନକ ଯେମିତି ସବୁ କିଛି ବଦଳି ଗଲା । ସ୍ତବ୍ଧ ହୋଇଗଲା ସମଗ୍ର ଦେଶ। ଯେତେବେଳେ ଖବର ମିଳିଲା ଜମ୍ମୁ କାଶ୍ମୀର ପୁଲୱାମାରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଆଉ ଏହି ଆକ୍ରମଣରେ ୪୦ ସେଣ୍ଟ୍ରାଲ ରିଜର୍ଭ ପୁଲିସ୍ ଫୋର୍ସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି।

ଫେବୃଆରୀ ୧୪,୨୦୧୯ ସମୟ ଅପରାହ୍ନ ୩ଟା ୩୦ ପାଖାପାଖି । ନିଜ କର୍ମକ୍ଷେତ୍ରକୁ ଯବାନଙ୍କ ଯାତ୍ରା ଆରମ୍ଭ ହୋଇଥିଲା । CRPF ୧୮୦ ବାଟାଲିୟନର ୮୦୦ ଯବାନ ଶ୍ରୀନଗର କ୍ୟାମ୍ପକୁ ସ୍ଥାନନ୍ତର ହେଉଥିଲେ । ଆଗ ପଛ ହୋଇ ଗଡୁଥିଲା ଯବାନଙ୍କ ବସ । ୧୧ ଘଣ୍ଟାର ଯାତ୍ରା ପରେ ଯବାନଙ୍କ ଗାଡି ଜମ୍ମୁ କାଶ୍ମୀର ଟ୍ରାନ୍‌ଜିଟ କ୍ୟାମ୍ପରେ ପହଞ୍ଚିଥିଲା । ପୁଲୱାମା ମାଇଲଷ୍ଟୋନ ୨୭୨ ଅଞ୍ଚଳରେ ହଠାତ ଶେଷ ବସ୍‌ରେ ଏକ ଟାଟା ସୁମୋ ଗାଡି ଧକ୍କା ହୋଇଥିଲା ଆଉ ବିସ୍ଫୋରଣ ଘଟିଥିଲା । ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍‌ ଯୋଗେ ଏହି ବିସ୍ଫୋରଣ ଘଟାଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୦ କିଲୋମିଟର ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା । ରକ୍ତ ରଞ୍ଜିତ ହୋଇଥିଲା ରାଜରାସ୍ତା । ଏହି ଆତ୍ମଘାତୀ ବିସ୍ଫୋରଣରେ ଅଦିନରେ ୪୦ ବୀର ଯବାନ ବୀରଗତି ପ୍ରାପ୍ତ ହୋଇଥିଲେ ।

ଏହି ବିସ୍ଫୋରଣ ଦେଶକୁ ଦୋହଲାଇ ଦେଇଥିଲା । ଇତିହାସରେ ସବୁଠୁ ବଡ ଏବଂ ଭୟଙ୍କର ଆତଙ୍କୀ ଆକ୍ରମଣ ଥିଲା । ନରହନ୍ତା ଆତଙ୍କୀ ଆଦିଲ୍ ଅହମ୍ମଦ ଅଦମ୍ୟ ସାହସୀ ଏବଂ ଅପୂର୍ବ ବୀରତ୍ବର ଅଧିକାରୀ ଭାରତୀୟ ଯବାନଙ୍କ ରକ୍ତରେ ହୋଲି ଖେଳିଥିଲା । ୪୦ ବୀର ଯବାନଙ୍କୁ ହରାଇ ଦେଶ ଶୋକ ସମୁଦ୍ରରେ ବୁଡିଥିଲା । ଏହି ଆତଙ୍କୀ ଆକ୍ରମଣରେ ଦୁଇ ଓଡିଆ ପୁଅକୁ ହରାଇ ବାହୁନିବାହୁନି କାନ୍ଦୁଛି ଓଡିଶା । ୪୦ ଯବାନଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଦେଖି ଦେଶବାସୀ ପ୍ରତିଶୋଧର ନିଆଁରେ ଜଳୁଥାନ୍ତି । ଆତଙ୍କବାଦୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଥାଏ । ଆଉ ଏହାରି ଭିତରେ ଦେଶବାସୀଙ୍କୁ ସମ୍ମୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପୁଲୱାମା ଆକ୍ରମଣକୁ ନେଇ ବିଭିନ୍ନ ସଭାରୁ ଆତଙ୍କବାଦୀଙ୍କୁ ଦେଇଥିଲେ କଡ଼ା ଚେତାବନୀ । “ପୁଲୱାମା ଆକ୍ରମଣକାରୀଙ୍କୁ କେଉଁ ଦଣ୍ଡ ଦିଆଯିବ, ତାହା ଆମ ଯବାନ ନିଷ୍ପତ୍ତି ନେବେ । ଆପଣଙ୍କ ଆଖିରେ ଯେଉଁ ଲୁହ ବହୁଛି, ତାର ଉଚିତ୍ ଜବାବ ନିଆଯିବ । ଆପଣଙ୍କ ହୃଦୟରେ ଯେଉଁ ନିଆଁ ଜଳୁଛି, ତାହା ମୋ ହୃଦୟରେ ମଧ୍ୟ ଅଛି । ଖୋଜି ଖୋଜି ବଦଲା ନେବା ମୋ ପ୍ରକୃତି, ଆମ ସିଦ୍ଧାନ୍ତ । ଆମେ ଘରକୁ ପଶି ମାରିବୁ ।“  ପିଏମ ମୋଦି ଙ୍କ ଏହି ଭାଷଣ କେବଳ କଥାରେ ସୀମିତ ନଥିଲା ।

ଘଟଣାର ଠିକ୍ ୧୨ ଦିନ ମଧ୍ୟରେ ଅର୍ଥାତ୍ ଫେବୃଆରୀ ୨୬ତାରିଖରେ ପାକିସ୍ତାନରେ ଲୁଚିରହିଥିବା ଜୈସଏ-ମହମ୍ମଦ ଠିକଣା ଉପରେ ଏୟାଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା । ପାଖାପାଖି ରାତି ୩ଟାରେ ଭାରତୀୟ ବାୟୁସେନାର ୧୨ଟି ମିରାଜ ୨୦୦୦ ପାଇଟର ଜେଟ୍ ଏଲଓସିକୁ ପାର କରି ବାଲାକୋଟ ସ୍ଥିତ ଜୈସ୍-ଏ-ମହମ୍ମଦର ଠିକଣା ଉପରକୁ ଆକ୍ରମଣ କରି ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲା । ଆଉ ଏହି ଏୟାରଷ୍ଟ୍ରାଇକରେ ପାଖାପାଖି ୩ଶହ ଆତଙ୍କବାଦୀ ନିହତ ହୋଇଥିବା ସୂଚନାରୁ ଜଣାପଡିଥିଲା । ଏୟାରଷ୍ଟ୍ରାଇକରେ ପ୍ରାୟ ଏକ ହଜାର କିଲୋର ବମ୍ ଆତଙ୍କବାଦୀ ଠିକଣା ଉପରେ ପକାଯାଇଥିଲା । ଯେଉଁଥିରେ ପୁଲୱାମା ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିବା ଶହ ଶହ ଆତଙ୍କବାଦି ନିପାତ ହୋଇଥିଲେ ।



[ad_2]

Leave a Reply

Your email address will not be published. Required fields are marked *

Back to top button