ମନୋରଞ୍ଜନ

ଦୁବାଇର ପ୍ରଥମ ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ଖିଲାଡ଼ି କୁମାର – Sahana Mela

[ad_1]


ନୂଆଦିଲ୍ଲୀ: ଦୁବାଇରେ ଲୋକାର୍ପିତ ହୋଇଥିବା ପ୍ରଥମ ହିନ୍ଦୁ ମନ୍ଦିରରେ ପହଞ୍ଚିଲେ ବଲିଉଡର ଖିଲାଡି କୁମାର। ଅକ୍ଷୟ କୁମାର ବୁଧବାର ଦିନ ଆବୁଧାବିରେ ପହଞ୍ଚି ବୋଚାସନବାସୀ ଅକ୍ଷର ପୁରୁଷୋତ୍ତମ ସ୍ୱାମିନାରାୟଣ ସନ୍ଥା (BAPS) ହିନ୍ଦୁ ମନ୍ଦିରର ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ସମୟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଥିବା ଜଣାପଡ଼ିଛି। ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଅଭିନେତା ଅକ୍ଷୟ କୁମାର ଏକ କୁର୍ତ୍ତା ପିନ୍ଧିଥିବାର ଦେଖିବାକୁ ମିଳିଛି।

ଅକ୍ଷୟ କୁମାରଙ୍କ ସହିତ ଅଭିନେତା ଦିଲ୍ଲୀପ ଯୋଶୀ, ଗାୟକ ଶଙ୍କର ମହାଦେବନ ମଧ୍ୟ ପହଞ୍ଚିଥିଲେ। ହିନ୍ଦୁ ମନ୍ଦିରର ଉଦଘାଟନୀ ଉତ୍ସବରେ ଦିଲ୍ଲୀପ ଯୋଶୀ କହିଥିଲେ କି ଏହି ମନ୍ଦିର ଏତେ ସୁନ୍ଦର ହୋଇଛି, ଯାହାକୁ ନଦେଖିଲେ ବିଶ୍ୱାସ କରିହେବନାହିଁ। ପ୍ରଧାନମନ୍ତ୍ରୀ ଏହି ମନ୍ଦିରର ଅକ୍ଷରଶୀଳା ରଖିଥିଲେ ସେତେବେଳେ ମଧ୍ୟ ମୁଁ ଏଠାରେ ଉପସ୍ଥିତ ଥିଲି ବୋଲି ସେ କହିଥିଲେ।

ଏଠାରେ କହି ରଖୁ କି ଆଜି ଦୁବାଇର ପ୍ରଥମ ହିନ୍ଦୁ ମନ୍ଦିରକୁ ଲୋକାର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିରେ ଥିବା ମନ୍ଦିରରେ ସାଧୁମାନଙ୍କ ସହ ପୂଜା ଏବଂ ଆରତୀ କରିଥିଲେ। ଏହି ମନ୍ଦିର ୨୦ ହଜାର ବର୍ଗ ମିଟରରେ ‘ଅଲ ୱାକବା’ ନାମରେ ନିର୍ମିତ ହୋଇଛି। ଅଲ ୱାକବା ଆବୁଧାବି ଠାରୁ ପ୍ରାୟ ୩୦ ମିନିଟ୍ ଦୂର ରାସ୍ତା। ଏଠାରେ କହି ରଖୁ ଯେ ଭାରତୀୟ ଦୂତାବାସର ତଥ୍ୟ ଅନୁଯାୟୀ, ୟୁଏଇରେ ପ୍ରାୟ ୨୬ ଲକ୍ଷ ଭାରତୀୟ ବାସ କରନ୍ତି। ଯାହା ସେଠାରେ ଜନସଂଖ୍ୟାର ପ୍ରାୟ ୩୦ ପ୍ରତିଶତ ଅଟେ।

ଖୋଦନ ମାଧ୍ୟମରେ ମନ୍ଦିରରେ ଥିବା ପ୍ରାଚୀନ କଳା ଏବଂ ସ୍ଥାପତ୍ୟକୁ ପୁନର୍ଜୀବିତ କରିବାକୁ ଏକ ପ୍ରୟାସ କରାଯାଇଛି। ମନ୍ଦିର ପରିଚାଳନା ମୁଖପାତ୍ର ଅଶୋକ କୋଟେଚା କହିଛନ୍ତି ଯେ ମାଷ୍ଟରପ୍ଲାନର ଡିଜାଇନ୍ ୨୦୨୦ ଆରମ୍ଭରେ ଶେଷ ହୋଇଥିଲା। ସମ୍ପ୍ରଦାୟର ସହଯୋଗରେ, ଏବଂ ଭାରତ ଏବଂ ୟୁଏଇର ନେତୃତ୍ୱରେ ଐତିହାସିକ ମନ୍ଦିରରେ କାର୍ଯ୍ୟ ଅଗ୍ରଗତି କରୁଛି।





[ad_2]

Leave a Reply

Your email address will not be published. Required fields are marked *

Back to top button