ରାଜନୀତି

ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ଅଶ୍ୱିନୀ ବୈଷ୍ଣବ – Sahana Mela

[ad_1]


ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ନାମାଙ୍କନ ଭରିବା ସମୟରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ବିଧାନସଭା ପରିସରରେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ଅଶ୍ୱିନୀ ।

ବୁଧବାର ଦିନ ଓଡିଶାରେ ଖାଲି ପଡିଥିବା ତୃତୀୟ ରାଜ୍ୟସଭା ଆସନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲା ବିଜେପି । ଅଶ୍ୱିନୀଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିବା ପରେ ଏହାକୁ ସମର୍ଥନ କରିଛି ବିଜେଡି । ପୂର୍ବଥର ମଧ୍ୟ ଅଶ୍ୱିନୀ ବିଜେଡି ସମର୍ଥନରେ ରାଜ୍ୟସଭା ଯାଇଥିଲେ । ୨୦୨୪ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି ।
ରାଜ୍ୟରେ ଖାଲି ହେଉଥିବା ୩ ରାଜ୍ୟସଭା ଆସନ ପାଇଁ ଗତକାଲି ବିଜେଡି ର ଦୁଇଟି ପ୍ରାର୍ଥୀ ଦେବିଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆ ନାମାଙ୍କନ ଭରିଥିଲେ । ହେଲେ ତୃତୀୟ ପ୍ରାର୍ଥୀକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବାବେଳେ, ବୁଧବାର ବିଜେପି ଅଶ୍ବିନୀଙ୍କ ନାମ ଘୋଷଣା କରିବା ପରେ ସମସ୍ତ ଚର୍ଚ୍ଚାର ଅବସାନ ଘଟିଥିଲା ।



[ad_2]

Leave a Reply

Your email address will not be published. Required fields are marked *

Back to top button