ଶକ୍ତିମାନ ହେବେ ରଣବୀର – Sahana Mela

[ad_1]
ମୁମ୍ବାଇ: ୟଶରାଜ ବ୍ୟାନରରୁ କ୍ୟାରିୟର ଆରମ୍ଭ କରିଥିବା ରଣବୀର ସିଂ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସିଂଘମ ଏଗେନ ପରେ ରଣବୀର ସୁପରହୀରୋ ଫିଲ୍ମ ଶକ୍ତିମାନ ସାଇନ କରିବାକୁ ଯାଉଛନ୍ତି । ୯୦ ଦଶକର ଲୋକପ୍ରିୟ ଟେଲିଭିଜନ ଶୋ ଶକ୍ତିମାନର ଫିଲ୍ମ ରୂପାନ୍ତରିତ ନେଇ ବେଶ କିଛି ଦିନ ହେବ ଆଲୋଚନା ଚାଲିଛି । ମୁକେଶ ଖାନ୍ନା ଶକ୍ତିମାନ ଭୂମିକା କରି ଘରେ ଘରେ ପରିଚିତ ହୋଇଥିଲେ । ଏବେ ସେହି ଭୂମିକା ରଣବୀର କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଅବଶ୍ୟ ମେକର୍ସଙ୍କ ପକ୍ଷରୁ ଏହା ପୃଷ୍ଟି କରାଯାଇ ନାହିଁ । ରଣବୀର ଫରହାନ ଅଖତରଙ୍କ ଡନ ୩ରେ ମଧ୍ୟ ଅଭିନୟ କରିବେ ।
ସିଂଘମ ଏଗେନ ପରେ ସେ ଫରହାନଙ୍କ ଫିଲ୍ମ ଶୁଟିଂରେ ବ୍ୟସ୍ତ ରହିବେ । ଶକ୍ତିମାନର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ସାରିଥିବାରୁ ନିର୍ଦ୍ଦେଶକ ଜୋସେଫ କରନେ ଏହାର ଶୁଟିଂ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ସାଜିଦ ନାଡିୟାଡୱାଲ ଓ ସୋନୀ ପିକଚର୍ସ ଇଣ୍ଡିଆ ମିଳିତ ଭାବେ ଏହି ଫିଲ୍ମର ନିର୍ମାଣ କରୁଛନ୍ତି ।
[ad_2]