ଦେଶ- ବିଦେଶ

କାଲି ଭାରତ ବନ୍ଦ ଡାକରା ଦେଲା କୃଷକ ସଂଘ, କଂଗ୍ରେସର ସମର୍ଥନରେ ରାଜନୈତିକ ମାହୋଲ ଉଷ୍ମ – Sahana Mela

[ad_1]


ଭୁବନେଶ୍ୱର:ଏମଏସପି ଗ୍ୟାରେଂଟି, ବେକାରୀ ସମସ୍ୟା ଓ କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ କରି ଭାରତବନ୍ଦ ଡାକରା ଦେଇଛି କୃଷକ ସଂଘ । ଦେଶର ବିଭିନ୍ନ ଭାଗରୁ ଚାଷୀମାନେ ଏକାଠି ହୋଇ ଦିଲ୍ଲୀ ସୀମାରେ ପହଂଚିଛନ୍ତି । ପୂର୍ବରୁ କୃଷକ ସଂଗଠନ ପକ୍ଷରୁ ୧୬ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା । ଚାଷୀଙ୍କ ଆନ୍ଦୋଳନକୁ ନେଇ ରାଜନୈତିକ ମହୋଲ ଉଷ୍ମ ଥିବା ବେଳେ ଏହାକୁ ସମର୍ଥନ କରିଛି କଂଗ୍ରେସ । ଭାରତ ବନ୍ଦରେ ସାମିଲ ହେବାକୁ କର୍ମୀ ଓ ନେତାଙ୍କୁ ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଦେଶ କଂଗ୍ରେସ କମିଟିମାନଙ୍କୁ ମଧ୍ୟ ଏହା ଜଣାଇ ଦିଆଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ଆସନ୍ତାକାଲିର ଭାରତ ବନ୍ଦରେ ଯୋଗଦେବାକୁ ଆହ୍ୱାନ ଦିଆଯାଇଛି । ଏନେଇ ଜିଲ୍ଲା କଂଗ୍ରେସ ସଭାପତିମାନେ ପଦକ୍ଷେପ ଗ୍ରହଣ କରିବାକୁ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତିି । ଚାଷୀ ଓ ଅବହେଳିତ ବର୍ଗଙ୍କ ସ୍ୱରକୁ ତୀବ୍ର କରିବା ପାଇଁ ଆନ୍ଦୋଳନରେ ସାମିଲ ହୋଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ସଂଗଠନ ଗୁଡିକୁ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ୱାନ କରାଯାଇଥିବାରୁ କାଲିର ଆନ୍ଦୋଳନ ପ୍ରଭାବ ପଡିବ ବୋଲି ଆଶଙ୍କା କରାଯାଉଛି ।

କେନ୍ଦ୍ରରେ ଏହି ଆନ୍ଦୋଳନକୁ ନେଇ ଦେଖା ଯାଉଛି ବିଭିନ୍ନ ସମସ୍ୟା। ଟ୍ରାଫିକ ଠାରୁ ଆରମ୍ଭ କରି ପିଲାଙ୍କ ପାଠପଢ଼ାରେ ମଧ୍ୟ ପ୍ରଭାବ ଦେଖିବାକୁ ମିଳିଛି। ତେବେ ଆସନ୍ତା କାଲିର କୃଷକଙ୍କ ବନ୍ଦ ପାଳନ ବେଳେ ବରିଷ୍ଠ କଂଗ୍ରେସ ନେତା, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ, ବ୍ଲକ ଓ ନଗର କଂଗ୍ରେସ କମିଟି ସଭାପତି, ପିସିସି ସଭ୍ୟ, ଏଆଇସିସି ସଭ୍ୟଙ୍କ ସହ କଂଗ୍ରେସ କର୍ମୀଙ୍କୁ ଯୋଗଦେବାକୁ ଆହ୍ୱାନ କରାଯାଇଛି।




[ad_2]

Leave a Reply

Your email address will not be published. Required fields are marked *

Back to top button