ଦିଲ୍ଲୀ ଅଲିପୁର ଅଗ୍ନିକାଣ୍ଡ : ୧୧କୁ ପହଞ୍ଚିଲା ମୃତ୍ୟୁ ସଂଖ୍ୟା – Sahana Mela

[ad_1]
ନୂଆଦିଲ୍ଲୀ: ଦିଲ୍ଲୀର ଅଲିପୁର ସ୍ଥିତ ଦୟାଲପୁର ମାକେର୍ଟରେ ଥିବା ଏକ ପେଣ୍ଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ପ୍ରାୟ ୧୧ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି । ଏଥିସହ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତକ ପେଣ୍ଟ କାରଖାନାରେ କାମ କରୁଥିବା ସୂଚନା ମିଳିଛି । ୨୨ ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିଛନ୍ତି।
ଏହି ଘଟଣା ସମ୍ପର୍କରେ ଅଗ୍ନିଶମ ସେବା ବାହୀନର ଜଣେ ଅଧିକାରୀ କହିଛନ୍ତି,‘‘ଗୁରୁବାର ସନ୍ଧ୍ୟା ୫.୨୫ରେ କାରଖାନାରେ ନିଆଁ ଲାଗିବା ନେଇ ସୂଚନା ମିଳିଥିଲା। ଏହି ଖବର ଶୁଣି ୨୨ଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ରାତି ୯ଟାରେ ନିଆଁକୁ କାବୁ କରାଯାଇଥିଲା। କାରଖାନା ପରିସରରୁ ପୋଡ଼ି ହୋଇ ଯାଇଥିବା ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।’’
ପୁଲିସର ସୂଚନା ଅନୁସାରେ, କାରଖାନାରେ ବିସ୍ଫୋରଣ ହେବା ପରେ ଏହି ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାର ତଦନ୍ତ କରିବା ପାଇଁ ପୁଲିସର ଏକ ଟିମ୍ ଗଠନ କରାଯାଇଛି । ’’
[ad_2]