ରାଜନୀତି

କମଲ ଧରିବେ କମଳ! – Sahana Mela

[ad_1]

ଭୋପାଳ:କମଳ ଧରିବେ କି କମଲନାଥ? କଂଗ୍ରେସ ହାତ ଛାଡି ଭାଜପା ଶିବିରରେ ପଦ୍ମ ଧରିପାରନ୍ତି କମଲନାଥ। ପୂର୍ବରୁ ଏ ନେଇ ଚର୍ଚ୍ଚା ହେଉଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭାଜପାରେ ଯୋଗଦେବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମଧ୍ୟପ୍ରଦେଶ ଭାଜପା ସଭାପତି ଭିଡି ଶର୍ମା କହିଛନ୍ତି, ରାମମନ୍ଦିର ପ୍ରାଣପ୍ରତିଷଡ୍ଠା ନିମନ୍ତ୍ରଣକୁ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଛି। କଂଗ୍ରେସରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏଥିରେ ରାଗିଛନ୍ତି। କଂଗ୍ରେସ ପ୍ରଭୁ ରାମଙ୍କୁ ଅପମାନିତ କରିଛି ଏବଂ କଂଗ୍ରେସରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଏହା ଦ୍ୱାରା ଆଘାତ ପାଇଛନ୍ତି ଏବଂ ଆମେ ଅନୁଭବ କରୁଛୁ ଯେ ସେମାନଙ୍କୁ ଏକ ସୁଯୋଗ ମିଳିବା ଉଚିତ୍‌।

ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ସମ୍ପର୍କରେ ଭୋପାଳ ଭାଜପା ମୁଖ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଯେଉଁଥିରେ ରାଜ୍ୟ ଭାଜପା ସଭାପତି ଭିଡି ଶର୍ମା କହିଛନ୍ତି, ଦେଶ ତଥା ସମାଜର ହିତ ପାଇଁ କାମ କରିବାକୁ ଚାହୁଁଥିବା ବ୍ୟକ୍ତି ସ୍ବାଗତଯୋଗ୍ୟ। କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କମଲନାଥ ଭାଜପାରେ ଯୋଗଦେବାକୁ ଚାହାଁନ୍ତି, ତେବେ ତାଙ୍କ ପାଇଁ ଦ୍ୱାର ଖୋଲା ଅଛି। ତେବେ ଏହାରି ମଧ୍ୟରେ କମଲନାଥ କମଳ ଧରିଛନ୍ତି କି ନାହିଁ ତାହା ଦେଖିବା ବାକି ରହିଲା।

ନିକଟ ଅତୀତରେ କଂଗ୍ରେସର ବରିଷ୍ଠ ନେତାମାନେ ନିଜ ଦଳରେ ଅସନ୍ତୁଷ୍ଟ ହୋଇ ପଦ୍ମ ଧରିଥିଲେ। ଯେଉଁଥିରେ ଅଶୋକ ଚୌହାନଙ୍କ ନାଁ ମଧ୍ୟ ସାମିଲ ରହିଛି।

[ad_2]

Leave a Reply

Your email address will not be published. Required fields are marked *

Back to top button