୫୦ ବର୍ଷ ମଧ୍ୟରେ ୨୬ ଲକ୍ଷ ବର୍ଷ ତଳର ସାଗର ଶୁଖିଗଲା – Sahana Mela
[ad_1]
ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ଓ ଗ୍ଲୋବାଲ ୱାର୍ମିଂ ସାରା ବିଶ୍ୱ ପାଇଁ ସମସ୍ୟା ସୃଷ୍ଟି କଲାଣି । ବୈଜ୍ଞାନିକମାନେ ଏ ନେଇ ବାରମ୍ବାର ମନୁଷ୍ୟକୁ ଚେତାଇଲେ ମଧ୍ୟ ସେମାନେ ବଦଳୁ ନାହାନ୍ତି । ନିକଟରେ ନାସା ଏକ ଫଟୋ ଶେୟାର କରି ଏହାର ଉଦାହରଣ ଦେଇଛି । କାଜକସ୍ତାନ ଓ ଉଜବେକିସ୍ତାନ ମଧ୍ୟରେ ଏକ ସାଗର ଥିଲା । ଯାହାର ନାମ ଅରଲ ସାଗର । ଏହା ୬୮ ହଜାର ସ୍କ୍ୱାୟର କିଲୋମିଟର ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଥିଲା । ଏହା ଦୁନିଆର ୪ର୍ଥ ୱାଟର ବଡି ଥିଲା ଯାହାର ଚାରିପଟେ ଭୂମି ଥିଲା । ୨୦୧୦ ବେଳକୁ ଏହି ସାଗର ପ୍ରାୟତଃ ଶୁଖି ଯାଇଛି । ୧୯୬୦ ପରଠାରୁ ଏହା ଶୁଖିବା ଆରମ୍ଭ କରିଥିଲା । ସେ ସମୟରେ ସୋଭିଏଟ ୟୁନିୟନ ପକ୍ଷରୁ ସିଂଚନ ପାଇଁ ନଦୀଗୁଡିକର ଗତିପଥ ବଦଳା ଯାଇଥିଲା । ଏଥିଯୋଗୁ ସମୁଦ୍ରରେ ପାଣି କମିବାରେ ଲାଗିଥିଲା ।
ଇନସାଇକ୍ଲୋପିଡିଆ ବ୍ରିଟାନିକ୍କା ଅନୁସାରେ ୨୬ ଲକ୍ଷ ବର୍ଷ ତଳେ ଅରଲ ସାଗରର ସୃଷ୍ଟି ହୋଇଥିଲା । କାଜକସ୍ତାନ ପକ୍ଷରୁ ପାଣିର ସ୍ରୋତକୁ ବଂଚାଇ ରଖିବା ପାଇଁ ଉଦ୍ୟମ କରାଯାଇଛି । ଉତରରୁ ଦକ୍ଷିଣ ସୀମା ପର୍ଯ୍ୟନ୍ତ ଏକ ବନ୍ଧ ନିର୍ମାଣ କରାଯାଇଛି । ତାହା ମଧ୍ୟରେ ଏବେ ଅଳ୍ପ ସ୍ଥାନରେ ପାଣି ଦେଖିବାକୁ ମିଳୁଛି । ଏବେଠାରୁ ସମସ୍ତ ପ୍ରକାରର ଉଦ୍ୟମ କରା ନ ଗଲେ ଆଗକୁ ବଂଚିବା କଷ୍ଟକର ହୋଇ ପଡିବ ବୋଲି ନାସା ପକ୍ଷରୁ କୁହାଯାଇଛି ।
[ad_2]