ମନୋରଞ୍ଜନ

ସାମ୍ନାକୁ ଆସିଲା ଅଜୟ ଦେବଗନଙ୍କ ଆଗାମୀ ଚଳଚ୍ଚିତ୍ର ‘ସଇତାନ’ର ନୂତନ ପୋଷ୍ଟର – Sahana Mela

[ad_1]


ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସଇତାନ’ ପାଇଁ ଆଜିକାଲି ଅଜୟ ଦେବଗନ୍ ଏବେ ଚର୍ଚ୍ଚାରେ ଅଛନ୍ତି । ଅଜୟଙ୍କ ପ୍ରଶଂସକମାନେ ଏବେ ଉତ୍ସାହର ସହିତ ଏହି ହରର୍ ଥ୍ରୀଲର ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଅଜୟଙ୍କ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବାକୁ ନିର୍ମାତାମାନେ ଫିଲ୍ମର ଏକ ନୂଆ ଦମଦାର ପୋଷ୍ଟର ରିଲିଜ କରିଛନ୍ତି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି ପୋଷ୍ଟରରେ ଅଜୟ ଦେବଗନ୍ ଅତି ଚିନ୍ତିତ ଅବସ୍ଥାରେ ଦେଖିବାକୁ ମିଳୁଛି । ଅଭିନେତା ଅଜୟ ଦେବଗନ୍ ଏହି ପୋଷ୍ଟରକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଯେତେବେଳେ କୌଣସି ବ୍ୟକ୍ତିର ପରିବାର ଉପରକୁ କଥା ଆସେ, ତେବେ ସେ ସବୁ ସଇତାନ ସହ ଲଢିଯିବ ।’ ସେପଟେ ଫଟୋରେ ଅଭିନେତାଙ୍କ ଆଖିରେ ସଇତାନର ଭୟ ସ୍ପଷ୍ଟ ଭାବରେ ଦେଖାଯାଉଛି । ଅଜୟଙ୍କ ଏହି ପୋଷ୍ଟରେ ପ୍ରଶଂସକଙ୍କ କମେଣ୍ଟର ସୁଅ ଛୁଟୁଛି ।

ସୂଚନାଯୋଗ୍ୟ ଯେ, ଏହା ଏକ ସୁପର ନ୍ୟାଚୁରାଲ ଥ୍ରୀଲର ଫିଲ୍ମ । ଯେଉଁଥିରେ ଆର ମାଧବନ୍ ଲୋକଙ୍କୁ ଏକ ଖତରନାକ୍ ଖଳନାୟକ ଭୂମିକାରେ ଭୟଭୀତ କରୁଥିବା ଦେଖିବାକୁ ମିଳିବ । କିଛି ସମୟ ପୂର୍ବରୁ ଫିଲ୍ମର ଏକ ଦମଦାର ଟିଜର ମୁକ୍ତିଲାଭ କରିଥିଲା, ଯାହାକୁ ଦର୍ଶକଙ୍କ ତରଫରୁ ଅନେକ ପଜିଟିଭ୍ ରେସପନ୍ସ ମିଳିଥିବା ଦେଖିବାକୁ ମିଳିଛି । ରିଲିଜ ହୋଇଥିବା ଟିଜରର ପ୍ରତ୍ୟେକଟି ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଅଟେ | ବିକାଶ ବାହଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ମାର୍ଚ୍ଚ ୮ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଅଜୟ ଦେବଗନଙ୍କ ଏହି ଚଳଚ୍ଚିତ୍ର ହେଉଛି ଚଳିତ ବର୍ଷର ପ୍ରଥମ ଚଳଚ୍ଚିତ୍ର | ‘ସଇତାନ’ ବ୍ୟତୀତ ଚଳିତ ବର୍ଷ ଅଜୟ ଅନେକ ଚଳଚ୍ଚିତ୍ର ସହିତ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ମଧ୍ୟ ପ୍ରସ୍ତୁତ | ଖୁବ୍ ଶୀଘ୍ର ଅଜୟଙ୍କୁ ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସିଙ୍ଗମ୍ ଏଗେନ୍’ ରେ ମଧ୍ୟ ଦେଖିବାକୁ ମିଳିବ | ଏହା ବ୍ୟତୀତ ସୁପରଷ୍ଟାରଙ୍କ ଅନ୍ୟ ଏକ କ୍ରୀଡା ଡ୍ରାମା ଫିଲ୍ମ’ମୈଦାନ’ ଏପ୍ରିଲ ୨୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button