ରାଜନୀତି

ମାଗଣାରେ ଟଙ୍କା ବାଣ୍ଟିବେ ସରକାର? – Sahana Mela

[ad_1]

ଭୁବନେଶ୍ୱର:ରାଜ୍ୟବାସୀଙ୍କୁ ଗୋଟେ ପରେ ଗୋଟେ ଖୁସି ଖବର ଦେଉଛନ୍ତି ସରକାର। କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା ପରି ବିଭିନ୍ନ ଯୋଜନାରେ ରାଜ୍ୟବାସୀଙ୍କ ପାଖରେ ସହାୟତା ପହଞ୍ଚିଥିବା ବେଳେ ଏବେ ଆଉ ଏକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ନବୀନ ପଟ୍ଟନାୟକ। ଏବେ ଆଉ ଦରଦାମ ବୃଦ୍ଧିର ଚିନ୍ତା ରହିବ ନାହିଁ । କାରଣ ସରକାର ଯୋଗାଇ ଦେଲେ ଏକ ହଜାର ଟଙ୍କା । କିଛି ବି କାମ ନକରି ଆରାମରେ ଲୋକମାନଙ୍କୁ ଏହି ଟଙ୍କା ମାଗଣାରେ ମିଳବ । ପ୍ରତି ପରିବାର ପିଛା ମିଳିବ ଏହି ଟଙ୍କା । ଯାହାକି ଦୈନନ୍ଦିନ ଜୀବନରେ ସହାୟତା କରିବ । ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ସମସ୍ତ ହିତାଧିକାରୀ ଏହି ଯୋଜନାରେ ଲାଭବାନ ହେବେ । ତେବେ ମିଳିଥିବା ସୂଚନା ଅନୁସାରେ ଏହାକୁ ମଙ୍ଗବାର ଦିନ ଆରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୯୫ ଲକ୍ଷ ୯୦ ହଜାର ପରିବାରକୁ ଏକ ହଜାର ଟଙ୍କା ଲେଖାଏଁ ମିଳିବ । ଦରଦାମ ବୃଦ୍ଧି ଯୋଗୁଁ ଅତ୍ୟାବଶକ ସାମଗ୍ରୀ କିଣିବାରେ ଏହି ଅର୍ଥ ସହାୟକ ହେବ । ଏହି ସବୁ ପରିବାରକୁ ୨ଟି ଝୋଟ ତିଆରି ବ୍ୟାଗ ମଧ୍ୟ ପ୍ରଦାନ କରାଯିବ । ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏହି ବଡ଼ ପଦକ୍ଷେପ ନେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ଘୋଷଣା ଗରିବ ଲୋକଙ୍କୁ ଅନେକ ସାହାଯ୍ୟ କରିବ ।

କିନ୍ତୁ ରାଜ୍ଯ ରାଜନୀତିରେ ଏହି ଯୋଜନାକୁ ନେଇ ଖୁବ ଚର୍ଚ୍ଚା।  ନିର୍ବାଚନ ପୂର୍ବରୁ ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ବଡ଼ ଘୋଷଣା କରିଥିବାରୁ ଉଭୟ ବିରୋଧି ଓ ବୁଦ୍ଧିଜୀବୀ ମହଲରେ ଏହାକୁ ନେଇ ଚାଲ୍ ର ଆଖ୍ୟା ଦେଇଛନ୍ତି।

[ad_2]

Leave a Reply

Your email address will not be published. Required fields are marked *

Back to top button