ଦେଶ- ବିଦେଶ

ପରଲୋକରେ ବରିଷ୍ଠ ଆଇନଜୀବୀ ଫାଲି ଏସ୍ ନରିମନ – Sahana Mela

[ad_1]


ନୂଆଦିଲ୍ଲୀ: ପରଲୋକରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଫାଲି ଏସ୍‌ ନରିମନ । ୯୫ ବର୍ଷ ବୟସରେ ଓକିଲ ଫାଲି ଏସ୍‌ ନରିମନ ତାଙ୍କ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ନରିମନଙ୍କ ପରଲୋକ ହୋଇଛି । ବିଖ୍ୟାତ ଆଇନଜୀବୀ ଫାଲି ନରିମନ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ ।

ଫାଲି ଏସ୍. ନରିମାନ ସୁପ୍ରିମକୋର୍ଟର ଜଣେ ବରିଷ୍ଠ ଓକିଲ ଥିଲେ। ସେ ଜଣେ ଉତ୍ତମ ଓକିଲ ଭାବରେ ସବୁଠି ପରିଚିତ ଥିଲେ । ୧୯୯୯-୨୦୦୫ ମଧ୍ୟରେ ସେ ରାଜ୍ୟସଭାର ଜଣେ ସଦସ୍ୟ ମଧ୍ୟ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ମୋଦୀ ଲେଖିଛନ୍ତି ଯେ, ସାଧାରଣ ଲୋକଙ୍କ ନ୍ୟାୟ ପାଇଁ ସେ ତାଙ୍କର ସମଗ୍ର ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ସେହିପରି କଂଗ୍ରେସ ନେତା ଅଭିଷେକ ସିଂଘଭି ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ଗୋଟେ ଯୁଗର ଅନ୍ତ ହେଲା । ଫାଲି ନରିମନ ଏବେ ଆଉ ଆମ ଗହଣରେ ନାହାଁନ୍ତି । କିନ୍ତୁ ସେ ସବୁବେଳେ ଆମ ହୃଦୟରେ ଜୀବିତ ରହିବେ |

ନାଗରିକଙ୍କ ବ୍ୟକ୍ତିଗତ ସ୍ୱାଧୀନତାର ଜଣେ ମହାନ ଓକିଲ ଭାବେ ପରିଚିତ ଫାଲି ନରିମନ ୧୯୭୨-୧୯୭୫ ପର୍ଯ୍ୟନ୍ତ ତିନି ବର୍ଷ ଧରି ଭାରତର ଅତିରିକ୍ତ ସଲିସିଟର ଜେନେରାଲ ଥିଲେ । ଜୁନ୍ ୧୯୭୫ରେ ଇନ୍ଦିରା ଗାନ୍ଧୀ ସରକାର ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସେ ASG ରୁ ଇସ୍ତଫା ଦେଇଥିଲେ। ସେ ଏପରି ଅନେକ ମାମଲା ଯୁକ୍ତି କରିଛନ୍ତି ଯାହା ଦେଶର ଆଇନରେ ପରିଣତ ହୋଇଛି। ଆଇନ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ନରିମନଙ୍କୁ ୧୯୯୧ ମସିହାରେ ପଦ୍ମ ଭୂଷଣ ଓ ୨୦୦୭ ମସିହାରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ଖେଳି ଯାଇଛି।

 



[ad_2]

Leave a Reply

Your email address will not be published. Required fields are marked *

Back to top button