୨ଦିନ ପାଇଁ ସ୍ଥଗିତ ରହିଲା କୃଷକଙ୍କ ଦିଲ୍ଲI ମାର୍ଚ୍ଚ ଅଭିଯାନ – Sahana Mela

[ad_1]
ଚଣ୍ଡିଗଡ: ୨ଦିନ ପାଇଁ ସ୍ଥଗିତ ରହିଲା କୃଷକଙ୍କ ଦିଲ୍ଲୀ ମାର୍ଚ୍ଚ ଅଭିଯାନ । ହରିୟାଣାର ଖନୌରୀ ସୀମାରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ସଂଘର୍ଷ କାରଣରୁ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି । ଏହି କାରଣରୁ ଦିଲ୍ଲୀ ମାର୍ଚ୍ଚ ଅଭିଯାନକୁ ୨ଦିନ ପାଇଁ ସ୍ଥଗିତ ରଖିଛନ୍ତି କୃଷକ ସଂଘ । କୃଷକ ସଂଗଠନ ଏଆଇକେଏସ ଅଭିଯୋଗ କରିଛି ଯେ, ପୋଲିସର କାର୍ଯ୍ୟାନୁଷ୍ଠାନ ସମୟରେ ହିଁ ଉକ୍ତ କୃଷକଙ୍କର ମୃତ୍ୟୁ ହୋଇଛି । କିନ୍ତୁ ସେପଟେ ଏହି ଅଭିଯୋଗକୁ ଅସ୍ଵୀକାର କରିଛି ହରିୟାଣା ପୋଲିସ ।
ବଲ୍ଲୋ ଗ୍ରାମର ଚରଣଜୀତ ସିଂଙ୍କ ପୁଅ ଶୁଭକରଣ ସିଂଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୁଣ୍ଡରେ ଆଘାତ ଲାଗିବା ପରେ ଶୁଭକରଣଙ୍କୁ ପ୍ରଥମେ ପଟିୟାଲାର ଜିସ୍ ହସ୍ପିଟାଲକୁ ନିଆଯାଇଥିଲା । ସେଠାର ଡାକ୍ତଙ୍କ କହିବାନୁସାରେ ଶୁଭକରଣଙ୍କୁ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି । ଏବେ ପୋଷ୍ଟମୋର୍ଟମ୍ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ । ସେପଟେ ଖନୌରୀ ଓ ଶଂଭୁ ସୀମାରେ ଶହ ଶହ ଚାଷୀ ମଧ୍ୟ ଆହତ ହୋଇଛନ୍ତି ।
ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରି ହରିୟାଣା ପୋଲିସ କହିଛି ଯେ, ଏପର୍ଯ୍ୟନ୍ତ ମିଳିଥିବା ସମସ୍ତ ସୂଚନା ଅନୁସାରେ, ଆଜି କୌଣସି କୃଷକଙ୍କର ମୃତ୍ୟୁ ହୋଇନାହିଁ । ଏହା ଏକ ଗୁଜବ । ରୋପୋର୍ଟ ଅନୁସାରେ ୨ଜଣ ପୋଲିସକର୍ମୀ ଓ ଜଣେ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସ ଚାଲିଛି । ଅନ୍ୟପଟେ ଟ୍ରେଡ ୟୁନିୟନ ପ୍ରଦର୍ଶନକାରୀ ଯୁବ କୃଷକଙ୍କୁ ନୃଶଂସ ଭାବରେ ହତ୍ୟା ଏବଂ ଶହ ଶହ କୃଷକଙ୍କୁ ଗୁରୁତରକୁ ନେଇ ତୀବ୍ର ନିନ୍ଦା କରିଛନ୍ତି । ସେଥିପାଇଁ ୨୩ଫେବୃଆରୀକୁ ପୁରା ଭାରତରେ କଳା ଦିବସ ପାଳନ କରିବାକୁ ଘୋଷଣା କରିଛନ୍ତି ।
[ad_2]