ନୂଆଖାଇରେ ରାଜ୍ୟ ସରକାର ୪୪ ଲକ୍ଷରୁ ଅଧିକ ଚାଷୀଙ୍କୁ ଦେଲେ କାଳିଆ ସହାୟତା ରାଶି – Sahana Mela

[ad_1]
ଭୁବନେଶ୍ୱର: ଆଜି ଓଡ଼ିଶାରଗଣପର୍ବ ନୂଆଖାଇ ସବୁଠି ଧୁମ୍ଧାମରେ ପାଳିତ ହେଉଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ପୀଠ ରେ ମା ସମଲେଶ୍ୱରୀଙ୍କୁ ପୂଜା ଅର୍ଚନା ହୋଇଛି । ନିଜ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା ପରେ ପଶ୍ଚିମ ଓଡ଼ିଶାବାସୀଙ୍କ ଘରେ ଘରେ ନୂଆ ଖାଇବାର ପରମ୍ପରା ପାଳନ କରିଛନ୍ତି । ସନ୍ଧ୍ୟାରେ ନୂଆଖାଇ ଜୁହାର ଭେଟଘାଟ ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିବା । ବେଳେ ରାଜ୍ୟ ସରକାର ଆଜି ୪୪ ଲକ୍ଷ ରୁ ଅଧିକ ଚାଷୀ ଙ୍କୁ କାଳିଆ ଯୋଜନା ରାଶି ବାଣ୍ଟିଛନ୍ତି l
ସୂଚନାନୁସାରେ , ଆଜି ରାଜ୍ୟ ସରକାର ଆଜି ୪୪ ଲକ୍ଷରୁ ଉର୍ଦ୍ଧ ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାରକୁ କାଳିଆ ସହାୟତା ପ୍ରଦାନ କରିବେ । ଏହି ଚାଷୀମାନଙ୍କ ଆକାଉଣ୍ଟକୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ ୯ଶହ କୋଟି ଟଙ୍କାର ସହାୟତା ରାଶି ହସ୍ତାନ୍ତର କରାଯିବ । ନୂଆଖାଇ ଉପଲକ୍ଷେ ଚାଷୀମାନଙ୍କୁ ୨୦୨୩ , ୨୪ ଆର୍ଥିକ ବର୍ଷର ରବିଫସଲ ସହାୟତା ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଆଭାସୀ ଜରିଆରେ ହିତାଧିକାରୀମାନଙ୍କୁ କାଳିଆ ସହାୟତା ବଣ୍ଟନ କରାଯାଇଛି । କୃଷି ବିଭାଗର ଚଳିତ ଖରିଫ ଫସଲ ପାଇଁ ୪୩ଲକ୍ଷ ୮୮ହଜାର ୨୩୮ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ କାଳିଆ ଯୋଜନା ସହାୟତା ରାଶି ପାଇବା ପାଇଁ ଯୋଗ୍ୟ ଥିବାବେଳେ ୬୮ହଜାର ୭୫୫ ଭୂମିହୀନ ଚାଷୀ ଏହି ସହାୟତା ରାଶି ପାଇବେ । ତେବେ ୨୦୧୮ ଡିସେମ୍ବର ମାସରେ ରାଜ୍ୟର ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ‘କାଳିଆ’ ଯୋଜନା ପ୍ରଚଳନ କରିଥିଲେ। ଏହି ଯୋଜନାରେ ପ୍ରତିବର୍ଷ ହିତାଧିକାରୀମାନଙ୍କୁ ଦୁଇଟି ପର୍ଯ୍ୟାୟରେ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟ ବଜେଟ୍ରେ ଏଥିପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରାଯାଇଛି। ରାଜ୍ୟର ୧୪ ଲକ୍ଷ ଭୂମିହୀନ କୃଷି ଶ୍ରମିକ ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଯୋଜନା ହୋଇଛି। ଏହି ତାଙ୍କ ସବୁ ସିଧା ସଳଖ ବ୍ୟାଙ୍କ ଖାତା କୁ ପଠା ଯାଇଥିଲା ବୋଲି ରାଜ୍ୟ ସରକାରଙ୍କ ତରଫରୁ ସୂଚନା ମିଳିଛି l
[ad_2]