ଖେଳ ଖବର

ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିଲେ ହାର୍ଦ୍ଦିକ – Sahana Mela

[ad_1]


ମୁମ୍ବାଇ: ଦୀର୍ଘ ଦିନ ଧରି ଆଘାତ ସମସ୍ୟାରେ ପଡିବା ପରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତିଯୋଗିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତନ କରିଛନ୍ତି । ଡିୱାଇ ପାଟିଲ ଟି୨୦ କପରେ ଭାରତ କର୍ପୋରେଶନ ଲିମିଟେଡ ବିପକ୍ଷ ମ୍ୟାଚରେ ସେ ରିଲାଏନ୍ସ ୱାନ ପକ୍ଷରୁ ଖେଳିଥିଲେ । ୩ ଓଭର ବୋଲିଂ କରି ସେ ୨ଟି ୱିକେଟ ନେଇଥିଲେ । ଏହି ମ୍ୟାଚରେ ରିଲାଏନ୍ସ ୱାନ ବିଜୟୀ ହୋଇଥିଲା । ଗତବର୍ଷ ବାଂଲାଦେଶ ବିପକ୍ଷ ଦିନିକିଆ ବିଶ୍ୱକପ ମ୍ୟାଚ ବେଳେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା । ସେବେଠାରୁ ସେ ଆଉ କୌଣସି ମ୍ୟାଚ ଖେଳି ନ ଥିଲେ ।

ନିକଟରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ରୋହିତ ଶର୍ମାଙ୍କ ବଦଳରେ ଆଇପିଏଲର ଆଗାମୀ ସଂସ୍କରଣ ପାଇଁ ଅଧିନାୟକ ନିଯୁକ୍ତ କରିଛି । ବିସିସିଆଇ ମଧ୍ୟ ଆଇପିଏଲ ଖେଳିବା ପୂର୍ବରୁ ଘରୋଇ କ୍ରିକେଟ ଖେଳିବା ନେଇ ଖେଳାଳିଙ୍କୁ ଚେତାବନୀ ଜାରୀ କରିଥିଲା । ଈଶାନ କିଶାନ ମଧ୍ୟ ଡିୱାଇ ପାଟିଲ ଟି୨୦ କପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଖେଳିବେ ।



[ad_2]

Leave a Reply

Your email address will not be published. Required fields are marked *

Back to top button