ଦେଶ- ବିଦେଶ

ଓଠ ତଳେ ପ୍ରେମିକାର ନାମର ଟାଟୁ କଲେ ପ୍ରେମିକ – Sahana Mela

[ad_1]


ନୂଆଦିଲ୍ଲୀ: ଟାଟୁ କଳାକାର ଅଭିଷେକ ସାପକାଲ ଇନଷ୍ଟାଗ୍ରାମରେ ଏକ ପ୍ରେମିକର ଭିଡିଓ ଶେୟାର କରି ଚର୍ଚ୍ଚାରେ ରହିଛନ୍ତି । ପ୍ରେମ ପାଇଁ ପାଗଳ ଜଣେ ପ୍ରେମିକ ଏ ଭଳି ସ୍ଥାନରେ ଟାଟୁ କରିଛନ୍ତି ଯେ, ଏହା ଏବେ ଭାଇରାଲ ହେବାରେ ଲାଗିଛି । ସେ ସମ୍ପୂର୍ଣ୍ଣ ଭାବେ ପ୍ରେମ ଅନ୍ଧ ବୋଲି ପ୍ରମାଣିତ କରିପାରିଛନ୍ତି । ପ୍ରେମିକ ଜଣଙ୍କ ତାଙ୍କ ଓଠର ଭିତର ପଟେ ପ୍ରେମିକାଙ୍କ ନାମ ଅମୃତା ଖୋଦେଇ କରିଛନ୍ତି । ଅଭିଷେକଙ୍କ ଏହି ଭିଡିଓକୁ ନେଇ ୟୁଜର୍ସ ମୁଣ୍ଡରେ ହାତ ଦେଇଛନ୍ତି । ଅଧିକାଂଶ ୟୁଜର୍ସ ପ୍ରେମିକଙ୍କୁ ଥଟ୍ଟା କରିଛନ୍ତି । ଏହା ସତ୍ୱେ ୯ ମିଲିୟନ ଲୋକ ଏହାକୁ ଦେଖି ସାରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଯଦି ବି ତାଙ୍କର ବ୍ରେକ ଅପ ହୋଇଯାଏ ତେବେ ତାଙ୍କ ପତ୍ନୀ ଏହା ଦେଖିପାରିବେ ନାହିଁ ।

ଆଉ ଜଣେ ଲେଖିଛନ୍ତି ଏହି ବ୍ୟକ୍ତିଜଣଙ୍କ ନିଶ୍ଚିତ ଭାବେ ପାଗଳ । ଓଠରେ ନିମ୍ନ ଭାଗରେ ଖୋଦେଇ କରିବା ପାଇଁ ସେ ନିଶ୍ଚିତ ଭାବେ ବହୁତ କଷ୍ଟ ସହିଥିବେ । ଏହା ପୂର୍ବରୁ ବ୍ରିଟେନର ଜଣେ ମହିଳା ନିଜ ସାଥୀ ପାଇଁ ମୁଣ୍ଡରେ କେଭିନ ଲେଖିଥିଲେ । ତେବେ ଏହି ଭିଡିଓ କେଉଁ ସ୍ଥାନର ତାହା ଜଣାପଡି ନାହିଁ ।



[ad_2]

Leave a Reply

Your email address will not be published. Required fields are marked *

Back to top button