ରାଜନୀତି

ରାଜ୍ୟସଭା ନିର୍ବାଚନ: ୟୁପି, ହିମାଚଳରେ ବାଜି ମାରିଲା ବିଜେପି, କର୍ଣ୍ଣାଟକରେ କଂଗ୍ରେସ – Sahana Mela

[ad_1]


ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ୧୫ଟି ରାଜ୍ୟସଭା ଆସନ ପାଇଁ ମଙ୍ଗଳବାର ହୋଇଥିବା ନିର୍ବାଚନରେ ଜୋରଦାର ରାଜନୈତିକ ନାଟକ ଦେଖିବାକୁ ମିଳିଛି।

କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗଣତି ଶେଷ ହେବା ପରେ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଅଜୟ ମାକେନ, ନାସିର ହୁସେନ୍ ଏବଂ ଜିସି ଚନ୍ଦ୍ରଶେଖର ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ନାରାୟଣସା ଭଙ୍ଗାଗେ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି। ପଞ୍ଚମ ପ୍ରାର୍ଥୀ ଜେଡିଏସ୍ ନେତା ଡି କୁପେନ୍ଦ୍ର ରେଡ୍ଡୀ ମାତ୍ର ୩୬ ଖଣ୍ଡ ଭୋଟ ପାଇ ନିର୍ବାଚନ ହାରିଛନ୍ତି।

ହିମାଚଳ ପ୍ରଦେଶରେ ବିଜେପି ପ୍ରାର୍ଥୀ ହର୍ଷ ମହାଜନ ଏକମାତ୍ର ରାଜ୍ୟସଭା ଆସନରେ ଶାସକ କଂଗ୍ରେସ ପ୍ରାର୍ଥୀ ଅଭିଷେକ ମନୁ ସିଂଘଭିଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, କଂଗ୍ରେସ ପ୍ରାର୍ଥୀ ବିଜେପି ପ୍ରାର୍ଥୀ ଭଳି ୩୪ ଖଣ୍ଡ ଭୋଟ ପାଇଥିଲା।

ଉତ୍ତରପ୍ରଦେଶରେ ୧୦ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ବିଜେପି ୮ଟି ଯାକ ଆସନରେ ବିଜୟୀ ହୋଇଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ୩ଟି ଆସନରୁ ୨ଟିରେ ବିଜୟୀ ହୋଇଛି।

ମଙ୍ଗଳବାର ରାଜ୍ୟସଭାର ୫୬ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ସେଥିମଧ୍ୟରୁ ୪୧ ଜଣ ସଦସ୍ୟ ଅପ୍ରତିଦ୍ବନ୍ଦୀ ଭାବେ ନିର୍ବାଚିତ ହୋଇସାରିଛନ୍ତି।



[ad_2]

Leave a Reply

Your email address will not be published. Required fields are marked *

Back to top button