ଦେଶ- ବିଦେଶ

ସନ୍ଦେଶଖାଲି ଅଭିଯୁକ୍ତ ତଥା ଟିଏମସି ନେତା ଶାହାଜାହାଁ ଶେଖ ଗିରଫ – Sahana Mela

[ad_1]


କୋଲକାତା: ବହୁଚର୍ଚ୍ଚିତ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସ ନେତା ଶେଖ ଶାହାଜାହାନଙ୍କୁ ଗିରଫ କରାଯାଇଛି। ସନ୍ଦେଶଖାଲିରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଏବଂ ଜମି ଜବରଦଖଲ ଅଭିଯୋଗରେ ଏହି ନେତା ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ଅଭିଯୋଗ ରହିଛି।

ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଶେଖ ଶାହାଜାହାନଙ୍କୁ ମଧ୍ୟରାତ୍ରିରେ ବେଙ୍ଗଲ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ସେ ୫୫ ଦିନ ଧରି ଫେରାର ଥିଲେ। ଗିରଫ ପରେ ତାଙ୍କୁ ବସିରହାଟ କୋର୍ଟକୁ ନିଆଯାଇଛି। ଗିରଫ ହେବା ପୂର୍ବରୁ ପୋଲିସ ଅନେକ ଦିନ ଧରି ନେତାଙ୍କ ଗତିବିଧି ଉପରେ ନଜର ରଖିଥିଲା।

ସନ୍ଦେଶଖାଲି ମାମଲାରେ ଶେଖ ଶାହାଜାହାନଙ୍କୁ ଯୋଡ଼ିବାକୁ କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତି ନିର୍ଦ୍ଦେଶ ଦେବାର ତିନି ଦିନ ପରେ ଏହି ଗିରଫଦାରୀ ହୋଇଛି।

ଫେବ୍ରୁଆରି ୨୬ତାରିଖରେ କଲିକତା ହାଇକୋର୍ଟର ବିଚାରପତି ଏହି ମାମଲାରେ ନୋଟିସ୍ ଜାରି କରି କହିଥିଲେ, ତାଙ୍କୁ ଗିରଫ ନ କରିବାର କୌଣସି କାରଣ ନାହିଁ।

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲିରେ ଟିଏମସି ନେତାଙ୍କ ଅତ୍ୟାଚାର ବିରୋଧରେ ନ୍ୟାୟ ଦାବି କରୁଥିବା ବେଳେ ଚଳିତ ମାସରେ ତୃଣମୂଳ କଂଗ୍ରେସର ଶକ୍ତିଶାଳୀ ନେତା ଶାହାଜାହାନ ଶେଖଙ୍କ ବିରୋଧରେ ବ୍ୟାପକ ବିକ୍ଷୋଭ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଟିଏମସିର ଏହି ନେତାଙ୍କୁ ଶାସକ ଦଳ ତଥା ଟିଏମସି ସୁରକ୍ଷା ଯୋଗାଇ ଦେଉଥିବା ଅଭିଯୋଗ ରହିଛି।



[ad_2]

Leave a Reply

Your email address will not be published. Required fields are marked *

Back to top button