ଦେଶ- ବିଦେଶ

୩୪,୦୦୦ ବର୍ଗର ଖାଇ କଲେ ଗିନିଜ ବୁକ୍ ରେକର୍ଡ, ଏବେବି ଅଛନ୍ତି ଫିଟ – Sahana Mela

[ad_1]


ନୂଆଦିଲ୍ଲୀ: ଆମେମାନେ ସମସ୍ତେ କେବେ ନା କେବେ ବର୍ଗର ତ ନିଶ୍ଚିତ ଭାବରେ ଖାଇଥିବା । ଏହାର ସ୍ୱାଦ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ । ସେଥିପାଇଁ ଆମେ ଆମ ଜୀବନକାଳରେ ଅନେକ ଥର ବର୍ଗର ଖାଇଥାଉ । କିନ୍ତୁ ପୁରା ଜୀବନ କାଳ ଭିତରେ ଆମ କେତେଥର ଓ କେତୋଟି ବର୍ଗର ଖାଇଛୁ ତାହା ଆମର ମନେ ବି ନଥାଏ । କିନ୍ତୁ ଆମେରିକାର ୱିସ୍କୋସିନ୍ ରାଜ୍ୟରେ ରହୁଥିବା ଜଣେ ବ୍ୟକ୍ତି ତାଙ୍କ ଜୀବନରେ କେତେ ଥର ବର୍ଗର ଖାଇଛନ୍ତି ତା’ର ଏକ ତାଲିକା ରଖି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

୭୦ ବର୍ଷିୟ ଫାଷ୍ଟଫୁଡ୍ ପ୍ରେମୀ ଡନ୍ ଗୋର୍ସ୍କେ । ସେ ଦୀର୍ଘ ୫ ଦଶନ୍ଧିରୁ ଅଧିକ ସମୟ ଧରି ଦୈନିକ ଭାବରେ ବର୍ଗର ଖାଉଛନ୍ତି। ପୂର୍ବରୁ ସେ ପ୍ରତିଦିନ ଏହିପରି ୯ ଟି ବର୍ଗର ଖାଉଥିଲେ, କିନ୍ତୁ ବର୍ତ୍ତମାନ ସେ ଦିନକୁ ୨ଟି ବର୍ଗର ଖାଇଛନ୍ତି । ଏଥିପାଇଁ ବହୁ ପୂର୍ବରୁ ତାଙ୍କ ନାମ ଗିନିଜ ୱାର୍ଲ୍ଡ ରେକର୍ଡରେ ଅନ୍ତର୍ଭୁକ୍ତ ହୋଇଥିଲା | ସେ ତାଙ୍କ ପୁରା ଜୀବନରେ ୩୪,୦୦ ରୁ ଅଧିକ ବର୍ଗର ଖାଇଛନ୍ତି।

ବର୍ଗର ଖାଇ ଏହି ବ୍ୟକ୍ତି ଜଣଙ୍କ ତାରଙ୍କର ପରିଚୟ ସୃଷ୍ଟି କରିଛନ୍ତି । ଯଦିଓ ଏହି ଫାଷ୍ଟଫୁଡରେ ଅଧିକ କ୍ୟାଲୋରୀ, ସୋଡିୟମ୍, ଚିନି ଏବଂ ଫ୍ୟାଟ ଥାଏ, ଯାହା ଗୋର୍ସ୍କେଙ୍କ ସ୍ଵାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି । ଏହା ଜାଣିବା ସତ୍ତ୍ଵେ ମଧ୍ୟ ଗୋର୍ସ୍କେ ଏହାକୁ ଖାଇବା ବନ୍ଦ କରୁ ନାହାଁନ୍ତି । ୧୯୭୨ ମସିହାରେ ଡନ୍ ଗୋର୍ସ୍କେ ବିଗ୍ ମ୍ୟାକ୍ ବର୍ଗର ଖାଇବା ଆରମ୍ଭ କରିଥିଲେ, ଏହା ପରେ ସେ ଏହାର ରସିଦ୍ ଏବଂ ବର୍ଗର ଖୋଳଗୁଡ଼ିକୁ ପ୍ରମାଣ ଭାବରେ ସଂଗ୍ରହ କରି ରଖିଥିଲେ |

ତାଙ୍କ ଅଭ୍ୟାସ ବନ୍ଦ କରିବା ପାଇଁ ତାଙ୍କ ମା ବହୁତ ଚେଷ୍ଟା କରୁଥିଲେ । କିନ୍ତୁ ତାଙ୍କର ଶତ ଚେଷ୍ଟା ବିଫଳ ହୋଇଥିଲା । ସେଷରେ ୧୯୮୧ ମସିହାରେ ତାଙ୍କ ଚେଷ୍ଟା ଛାଡିଦେଇଥିଲେ । ଡନ୍ ଗୋର୍ସ୍କେ ଜେଲରକ୍ଷୀ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କର ଚାକିରୀ ସମୟରେ ତାଙ୍କ ସହକର୍ମୀମାନେ ଏଥିପାଇଁ ତାଙ୍କୁ ବହୁତ ଥଟ୍ଟା କରୁଥିଲେ ସେପଟେ କିନ୍ତୁ କିଛି ଲୋକ ତାଙ୍କୁ ସମର୍ଥନ ମଧ୍ୟ କରୁଥିଲେ। ଏପରିକି ତାଙ୍କ ପତ୍ନୀ ମେରି ଗୋର୍ସ୍କେ ମଧ୍ୟ ସ୍ଵାମୀଙ୍କର ଏହି ଅଦ୍ଭୁତ ଅଭ୍ୟାସକୁ ଗ୍ରହଣ କରିନେଇଥିଲେ।

ସାଧାରଣତଃ ଅଧିକ ପରିମାଣର ଫାଷ୍ଟଫୁଡ୍ ଖାଉଥିବା ଲୋକଙ୍କୁ ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । କିନ୍ତୁ ଡନ୍ ଗୋର୍ସ୍କେ ଏତେ ପରିମାଣର ବର୍ଗର ଖାଇ ମଧ୍ୟ ନିଜର ଫିଟନେସକୁ ସେହିପରି ବଜାୟ ରଖିଛନ୍ତି । ଏଥିପାଇଁ ସେ ପ୍ରତିଦିନ ଜଳଖିଆ ଛାଡି ଦୈନିକ ୬ ମାଇଲ୍ ବାଟ ଚାଲନ୍ତି | ସୂଚନାଯୋଗ୍ୟ ଯେ ୧୯୯୯ ମସିହାରେ ସେ ସର୍ବାଧିକ ବର୍ଗର ଖାଇବାର ରେକର୍ଡ ସୃଷ୍ଟି କରିଥିଲେ । ଯାହାକି ଏବେ ମଧ୍ୟ ଧିରେ ଧିରେ ବୃଦ୍ଧି ପାଉଛି। ଗତ ୨୦୨୩ ମସିହାରେ ସେ ମୋଟ ୭୨୮ ଟି ବର୍ଗର ଖାଇଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button