ମନୋରଞ୍ଜନ

ଅନନ୍ତଙ୍କ ପ୍ରି- ୱେଡିଂ: ନାଚିଲେ ମାଆ ନୀତା – Sahana Mela

[ad_1]

ଗୁଜୁରାଟ:- ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଂ ପାର୍ଟି ଶେଷ ହୋଇଛି । ୩ ଦିନର ଗ୍ରାଣ୍ଡ ପାର୍ଟି ଗୁଜରାଟର ଜାମନଗରରେ ହୋଇଥିଲା । ଆଉ ଏହି ଗ୍ରାଣ୍ଡ ପାର୍ଟି ସଂନ୍ଧ୍ୟାରେ ବଲିଉଡରୁ ଆରମ୍ଭ କରି ହଲିଉଡ ଷ୍ଟାରକାଷ୍ଟଙ୍କ ନାଚ- ଗୀତରେ ଫାଟିପଡ଼ିଥିଲା ମଂଚ । ଶେଷ ସଂନ୍ଧ୍ୟାରେ ଆଧ୍ୟାତ୍ମିକ ଗୀତରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୋହି ଥିଲେ ନୀତା ଅମ୍ବାନୀ ।

‘ବିଶ୍ବମ୍ବରୀ ସ୍ତୁତି’ରେ ଏକ ଚମତ୍କାର ଭାରତନାଟ୍ୟମ ନୃତ୍ୟ ପ୍ରର୍ଦଶନ କରିଥିଲେ ନୀତା ଅମ୍ବାନୀ । ତାଙ୍କର ଏହି ଭକ୍ତି ଭାବ ଭରା ନୃତ୍ୟ ପ୍ରଦର୍ଶନୀକୁ ବେଶ ପ୍ରଶଂସା କରାଯାଉଛି ।  ସୋସିଆଲ ମିଡିଆରେ ନୀତାଙ୍କ ନୃତ୍ୟ ବେଶ ଭାଇରାଲ ହେଉଛି । ଅନନ୍ତ- ରାଧିକାଙ୍କ ବୈବାହିକ ଜୀବନ ପାଇଁ ମାଙ୍କ ଆଶୀର୍ବାଦ ଲୋଡିଛନ୍ତି ।

ମାର୍ଚ୍ଚ ୧ରୁ ଅନନ୍ତ- ରାଧିକାଙ୍କ ପ୍ରି-ୱେଣ୍ଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ବହୁ ବିଶିଷ୍ଟ ଶିଳ୍ପପତିଙ୍କ ସହ ହଲିଉଡ- ବଲିଉଡର କଳାକାର, କ୍ରିକେଟର ଯୋଗ ଦେଇଥିଲେ । ହଲିଉଡ ସିଙ୍ଗର ରିହାନା କାର୍ଯ୍ୟକ୍ରମରେ ଗୀତ ଗାଇଁ ସେଲିବ୍ରେସନର ରାତିକୁ ଆହୁରି ରଙ୍ଗୀନ କରିଥିଲେ ।

ଏହି ପାର୍ଟିରେ ଶାହାରୁଖ, ସଲମାନ, ଅମିର ଖାନ୍, ସୈଫ ଅଲ୍ଲୀ ଖାନ୍, ରଣବୀର କପୁର, ସିଦ୍ଧାର୍ଥ, ଅର୍ଜୁନ, ରଣବୀର ସିଂହ୍ନା, ଦୀପିକା, କିୟାରା, ଜାହ୍ନବୀ, ଖୁସି, ଅନ୍ୟନ୍ୟା, ରିତେଶ- ଜେନେଲିଆ, ଅନିଲ କପୁର, ଅମିତାଭ ବର୍ଚ୍ଚନଙ୍କ ପୁରା ପରିବାର, କ୍ରିକେଟର ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ, ଡାରେନ ବ୍ରାବୋ, ସଦଗୁରୁ, ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ମଧ୍ୟ ଯୋଗ ଦେଇଥିଲେ ।

[ad_2]

Leave a Reply

Your email address will not be published. Required fields are marked *

Back to top button