ଦେଶ- ବିଦେଶ

ନିର୍ବାଚନ ଆସିବ ଯିବ, ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ସରକାର ରହିବ: ମମତା ବାନାର୍ଜୀ – Sahana Mela

[ad_1]

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାରକୁ ନେଇ ବଡ଼ ବୟାନ ଦେଇଛନ୍ତି । ଟିଏମସିର କିଛି ନେତା ଦଳ ଛାଡ଼ିବା ନେଇ ମମତା ବାନାର୍ଜୀ କହିଛନ୍ତି ଯେ ନିର୍ବାଚନ ଆସିବ ଓ ଯିବ । ହେଲେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ତାର ଦବଦବା ଜାରି ରଖିବ । ଗତକାଲି ପୂର୍ବ ମେଦିନୀପୁରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ଏହା କହିଛନ୍ତି ।

ସେ କହିଛନ୍ତି,‘‘ମୁଁ ବଙ୍ଗଳାବାସୀଙ୍କୁ ଆଶ୍ୱସନା ଦେଉଛି ଯେ ନିର୍ବାଚନ ଫଳାଫଳକୁ ଖାତିର ନକରି ତୃଣମୂଳ କଂଗ୍ରେସ ରାଜ୍ୟରେ କ୍ଷମତାରେ ରହିବ । ଭୋଟରେ ପରିବର୍ତ୍ତନ ହୋଇପାରେ, କିନ୍ତୁ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ କ୍ଷମତାରେ ରହିବ।’’

ସେହିପରି ମମତା ବାନାର୍ଜୀ  ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି,‘‘ ନିର୍ବାଚନ ସମୟରେ ଦିଲ୍ଲୀରୁ କିଛି ନେତା ଏଠାକୁ ଆସନ୍ତି, କିନ୍ତୁ ନିର୍ବାଚନ ସରିବା ପରେ  ସେମାନଙ୍କୁ ଦେଖିବାକୁ ମିଳେ ନାହିଁ । ଏମିତିକି ଏଠାରେ କେହି ମରିଗଲେ ମଧ୍ୟ ଆସନ୍ତି ନାହିଁ।’’

ସୂଚନାଯୋଗ୍ୟ,  ଲୋକସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସକୁ ବଡ଼ ଝଟକା ଲାଗିଛି ।  ଗତ ରବିବାର ଦଳର ବରିଷ୍ଠ ନେତା ତାପସ ରୟ ଇସ୍ତଫା ଦେଇଛନ୍ତି ।

[ad_2]

Leave a Reply

Your email address will not be published. Required fields are marked *

Back to top button