ଦେଶ- ବିଦେଶ

ଇସ୍ରାଏଲରେ ମିସାଇଲ ଆକ୍ରମଣ; ଜଣେ ଭାରତୀୟ ମୃତ, ଦୁଇ ଆହତ – Sahana Mela

[ad_1]


ନୂଆଦିଲ୍ଲୀ: ଇସ୍ରାଏଲର ଉତ୍ତର ସୀମାରେ ଥିବା ମାର୍ଗାଲିଅଟ୍ ନିକଟରେ ଥିବା ଏକ  ବଗିଚାରେ ଲେବାନନରୁ ଆଣ୍ଟି-ଟ୍ୟାଙ୍କ କ୍ଷେପଣାସ୍ତ୍ର ମାଡ଼ ହେବା ପରେ ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି । ଏଥିସହ  ଦୁଇ ଜଣ ଆହତ ହୋଇଛନ୍ତି । ସମସ୍ତ ମୃତାହତ ଦକ୍ଷିଣ କେରଳର ବାସିନ୍ଦା  ବୋଲି ଜଣାପଡ଼ିଛି । ମୃତ ବ୍ୟକ୍ତିଙ୍କ ନାଁ ପାଟନିବିନି ମ୍ୟାକ୍ସୱେଲ । ତାଙ୍କ ଘର କେରଲର କେଲମରେ ।

ଆହତମାନେ ହେଲେ ବୁଶ ଜୋସେଫ ଜର୍ଜ ଏବଂ ପଲ ମେଲଭିନ୍। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜର୍ଜଙ୍କ ମୁହଁ ଓ ଶରୀରରେ ଆଘାତ ଲାଗିଛି । ତାଙ୍କର ସର୍ଜରୀ କରାଯାଇଛି । ଏବେ ସେ ସୁସ୍ଥ ଅଛନ୍ତି । ଭାରତରେ ଥିବା ତାଙ୍କ ପରିବାର ଲୋକଙ୍କ ସହ ସେ କଥା ହୋଇପାରିବେ । ସେହପରି ମେଲଭିନ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ଉତ୍ତର ଇସ୍ରାଏଲର ସଫେଡ ସହର ସ୍ଥିତ ଜିଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ଘର କେରଳର ଇଡୁକି ଜିଲ୍ଲାରେ ବୋଲି ଜଣାପଡ଼ିଛି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ଏନେଇ ମାଗେନ ଡେଭିଡ ଆଡମ (ଏମଡିଏ) ମୁଖପାତ୍ର ଜାକି ହେଲର ଗଣମାଧ୍ୟମକୁ କହିଛନ୍ତି,‘‘ ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ଉତ୍ତର ଇସ୍ରାଏଲର ଗାଲିଲୀ ଅଞ୍ଚଳର ମାର୍ଗାଲିଅଟ (ସାମୁହିକ କୃଷି ସମ୍ପ୍ରଦାୟ)ର ଏକ ବଗିଚାରେ ଏହି କ୍ଷେପଣାସ୍ତ୍ର ଖସି ପଡ଼ିଥିଲା । ଫଳରେ ମ୍ୟାକ୍ସୱେଲଙ୍କର ମୃତ୍ୟୁ ଘଟିଥିଲା ।’’

ସୂଚନାଯୋଗ୍ୟ, ଏହି ଆକ୍ରମଣ ହଜବୁଲ ଦ୍ୱାରା କରାଯାଇଥିବା କୁହାଯାଉଛି । ଗାଜା ଷ୍ଟ୍ରିପରେ ଚାଲିଥିବା ଯୁଦ୍ଧକୁ ହଜବୁଲ ସମର୍ଥନ କରିବା ସହ ଅକ୍ଟୋବର ୮ ତାରିଖରୁ ଉତ୍ତର ଇସ୍ରାଏଲରେ ପ୍ରତିଦିନ ରକେଟ୍, ମିସାଇଲ ଏବଂ ଡ୍ରୋନ୍ ଆକ୍ରମଣ କରିଆସୁଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button