ଖେଳ ଖବର

ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ,୧୯, ୬୦୦ କୋଟି ଟଙ୍କା ପ୍ରକଳ୍ପର କଲେ ଶିଳାନ୍ୟାସ – Sahana Mela

[ad_1]

ଚଣ୍ଡିଖୋଲ : ମହାନ ଜନନାୟକ ବିଜୁ ବାବୁଙ୍କର ଆଜି ୧୦୮ ତମ ଜନ୍ମ ଜୟନ୍ତୀ I ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସି ଚଣ୍ଡିଖୋଲରେ ପହଞ୍ଚିଛନ୍ତି । ତେଲେଙ୍ଗାନରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଚଣ୍ଡିଖୋଲରେ ପହଞ୍ଚିଛନ୍ତି । ପ୍ରାୟ ୨୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ,ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିମଧ୍ୟରେ ରହିଛି ତୈଳ ଓ ଗ୍ୟାସ, ରେଳବାଇ, ସଡକ, ପରିବହନ ଓ ରାଜପଥ ଏବଂ ଆଣବିକ ଶକ୍ତିର ପ୍ରକଳ୍ପ ।

ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ I କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଶେଶ୍ୱର ଟୁଡୁ,ପ୍ରମୁଖ ଉପସ୍ଥିତ ଥିଲେ I ନିଜ ଅଭିଭାଷଣ ଆରମ୍ଭରେ ପ୍ରଥମେ ‘ଜୟ ଜଗନ୍ନାଥ’ ଏବଂ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ’ମା’ବିରଜା’ଙ୍କୁ ପ୍ରଣାମ ଜଣାଇଥିଲେ ପ୍ରଧାମନ୍ତ୍ରୀ I ପ୍ରଧାନମନ୍ତ୍ରୀ ମୋଦୀ ସମାରେହରେ ସ୍ବର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ମନେ ପକାଇବା ସହିତ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ‌ସେ କହିଥିଲେ ଯେ, ଓଡ଼ିଶାର ବିକାଶ ଓ ଦେଶର ବିକାଶରେ ବିଜୁବାବୁଙ୍କ ଯୋଗଦାନ ଅତୁଳନୀୟ ଥିଲା। ଆଜି ଦେଶରେ ଏଭଳି ସରକାର ଅଛି, ‌ଯାହାକି ବର୍ତ୍ତମାନର ଚିନ୍ତା କରୁଛି ଏବଂ ବିକଶିତ ଭାରତର ସଂକଳ୍ପ ନେଇ ଭବିଷ୍ୟତ ପାଇଁ କାମ କରୁଛି। ଉର୍ଜା ଗଙ୍ଗା ପ୍ରକଳ୍ପ ଅଧୀନରେ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓଡ଼ିଶାରେ ବଡ଼ବନପ୍ରକଳ୍ପ ଚାଲିଛି। ଆଜି ଲୋକାପିର୍ତ ହୋଇଥିବା ଗ୍ୟାସ ପାଇପଲାଇନ୍‌ ଦେଶପାଇଁ ସମପିର୍ତ ହେଇଛି। ପାରାଦୀପ ‌ରିଫାଇନାରି ରେ ନୂଆ ପ୍ଲାଣ୍ଟ ଲୋକାର୍ପଣ ହୋଇଛି।

୨୦୧୪ ମସହିା ପୂର୍ବରୁ ଅଟକି ଥିବା ପ୍ରକଳ୍ପଗୁଡ଼ିକର କାମ ଅଧିକ ତ୍ବରାନ୍ବିତ ହୋଇଛି। ଆମ ସରକାର ପାରାଦୀପ ରିଫାଇନାରି ପ୍ରକଳ୍ପକୁ ପୂରା କରିଛି। ପୂର୍ବ ଭାରତର ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି ବିକାଶ କରାଯାଇଛି। ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି।

ସେହିପରି ମଞ୍ଚ ଉପରେ ନିଜ ଅଭିଭାଷଣରେ ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଣ୍ଡିଖୋଲର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶାର ବିକାଶକୁ ଗୁରୁତ୍ୱ ଦେଇଥିବାରୁ ଏବଂ ଭାରତକୁ ଅର୍ଥନୀତିର ଶକ୍ତିକେନ୍ଦ୍ର କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ । ତେବେ ନିଜ ଅଭିଭାଷଣରେ ବିଜୁ ବାବୁଙ୍କ କଥା କହିଲେ ନବୀନ । ଆଜି ମହାନ ଜନନାୟକ ବିଜୁ ବାବୁଙ୍କର ଜନ୍ମଦିନ । ଓଡିଶାବାସୀଙ୍କ ପାଇଁ ବିଜୁ ବାବୁ ଅନେକ କାମ କରିଛନ୍ତି । ଆଜି କଳିଙ୍ଗନଗର ଦେଶର ଷ୍ଟିଲ ହବ୍ ହୋଇପାରିଛି । ଓଡିଶା ହେବ ପୂର୍ବ ଭାରତର ମାନୁଫ୍ୟାକଚରିଂ ହବ୍ । ମୁଁ ଓଡିଶାର ବିକାଶ ପାଇଁ ସାଢେ ୪ କୋଟି ଓଡିଶାବାସୀଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରୁଛି ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

[ad_2]

Leave a Reply

Your email address will not be published. Required fields are marked *

Back to top button