ଦେଶ- ବିଦେଶ

ଡିକେ ଶିବ କୁମାରଙ୍କୁ ବଡ଼ ଆଶ୍ବସ୍ତି – Sahana Mela

[ad_1]


ନୂଆଦିଲ୍ଲୀ: କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବ କୁମାରଙ୍କୁ ବଡ଼ ଆଶ୍ବସ୍ତି। ଆଜି ସୁପ୍ରିମକୋର୍ଟ ତାଙ୍କ ନାଁରେ ଥିବା ମନି ଲଣ୍ଡରିଂ ମାମଲାକୁ ରଦ୍ଦ କରି ଦେଇଛନ୍ତି। ଠିକ୍ ଲୋକସଭା ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟ ଏହି ନିଷ୍ପତି ନେଇଛନ୍ତି। ୨୦୧୮ରେ ଶିବକୁମାରଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ଇଡି। ଡିକେ ଶିବକୁମାର ଟିକସ ଫାଙ୍କିବା ସହ କୋଟି କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ଡିକେ ଶିବକୁମାରଙ୍କୁ ୨୦୧୯ ମସିହା ସେପ୍ଟେମ୍ବର ମାସରେ ଇଡି ଗିରଫ କରିଥିଲା। ଗୋଟିଏ ମାସ ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ।ସେହି ସମୟରେ ଶିବ କୁମାର ଗିରଫଦାରୀ ପାଇଁ ବିଜେପିକୁ ଦାୟୀ କରିଥିଲେ । ବିଜେପି ରାଜନୀତିକ ଆକ୍ରୋଶ ରଖି ତାଙ୍କୁ ଗିରଫ କରିଛି ବୋଲି କହିଥିଲେ। ଆଉ ଏବେ ସୁପ୍ରିମକୋର୍ଟ ତାଙ୍କ ନାଁରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାକୁ ରଦ୍ଦ କରି ଦେଇଛନ୍ତି। ପ୍ରଥମେ ୨୦୧୭ରେ ଆୟକର ବିଭାଗ ଶିବକୁମାର ଓ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା। ଏହା ପରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

ସେତେବେଳେ ତଦନ୍ତକାରୀ ଅଧିକାରୀମାନେ ଦାବି କରିଥିଲେ ରେଡ ବେଳେ ୩୦୦ କୋଟି ଟଙ୍କା ଜବତ ହୋଇଛି। ଜବତ ଟଙ୍କାର ଲିଙ୍କ ବିଜେପି ସହ ଥିବା ଶିବ କୁମାର କହିଥିଲେ। ତଥାପି ଇଡି ଶିବ କୁମାରଙ୍କୁ ବାରମ୍ବାର ସମନ କରିଥିଲେ। ୨୦୧୯ରେ ସେ ଇଡି ସମନ ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ।କିନ୍ତୁ ତାଙ୍କୁ କୌଣସି ପ୍ରକାରର ଆଶ୍ବସ୍ତି ନମିଳିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।



[ad_2]

Leave a Reply

Your email address will not be published. Required fields are marked *

Back to top button