ଖେଳ ଖବର

ମ୍ୟାଚ ବେଳେ ମୁଣ୍ଡରେ ଆଘାତ ଲାଗି ଚାଲିଗଲା ମହିଳା ଜୁଡୋକାଙ୍କ ଜୀବନ – Sahana Mela

[ad_1]


କରାଚୀ: ପାକିସ୍ତାନରେ ଉଦୀୟମାନ ମହିଳା ଜୁଡୋକାଙ୍କ ମ୍ୟାଚ ଅବସରରେ ମୃତ୍ୟୁ ଘଟିଛି । ୨୦ ବର୍ଷୀୟ ଫିଜା ଶେର ଅଲୀ ୟୁଥ ଟ୍ୟାଲେଂଟ ହଂଟ ପ୍ରୋଗ୍ରାମରେ ଅଂଶଗ୍ରହଣ କରୁଥିବା ବେଳେ ଏହି ଅଘଟଣ ଘଟିଛି । ଖାଇବାର ପଖତୁନଖାର ଏହି ଜୁଡୋକୋ ୪୪ କିଗ୍ରା ବିଭାଗରେ ଅଂଶଗ୍ରହଣ କରିଥିଲେ । ମ୍ୟାଚ ବେଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ସେ ଅଚେତ ହୋଇ ପଡିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ସେଠାରେ ବଂଚାଇବା ସମ୍ଭବପର ହୋଇ ନ ଥିଲା ।

ଏହି ଘଟଣା ଏବେ କ୍ରୀଡା ମହଲରେ ଶୋକର ବାତାବରଣ ଖେଳାଇ ଦେଇଛି । କିଛି ଦିନ ତଳେ ପାକିସ୍ତାନର ୧୭ ବର୍ଷୀୟ ମହିଳା ଟେନିସ ଖେଳାଳି ଜେନାବ ଅଲି ନକଭି ଅଭ୍ୟାସ ସେଶନ ପରେ ନିଜ ରୁମକୁ ଯାଇଥିଲେ । ସେଠାରେ ସେ ହଠାତ ଅଚେତ ହୋଇ ପଡିଥିଲେ ଏବଂ ପରେ ତାଙ୍କ ପ୍ରାଣବାୟୂ ଉଡି ଯାଇଥିଲା ।



[ad_2]

Leave a Reply

Your email address will not be published. Required fields are marked *

Back to top button