ରାଜନୀତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡ଼ା, କଂଗ୍ରେସରେ ଦେଲେ ଯୋଗ – Sahana Mela

[ad_1]


ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି କଂଗ୍ରେସ ଦଳରେ ରାଜନୈତିକ ଉଷ୍ମତା ସେତିକି ବଢ଼ିବାରେ ଲାଗିଛି। ଦଳରେ ଏବେ ଆରମ୍ଭ ହୋଇଛି ଘର ବାହୁଡ଼ା ପର୍ବ। ଦଳକୁ ଫେରିଲେ ବରିଷ୍ଠ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଆଜି ସେ ନୂଆଦିଲ୍ଲୀସ୍ଥିତ କଂଗ୍ରେସ ଭବନରେ ଯୋଗ ଦେବା ନେଇ ଗଣମାଧ୍ୟମ ଓଡ଼ିଶା ସମ୍ବାଦକୁ କହିଛନ୍ତି।

ତାଙ୍କର ଦଳ ବିରୋଧୀ ମନ୍ତବ୍ୟ ପାଇଁ 2019 ଜାନୁଆରୀ 20 ରେ ତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। ସେ ଅତୀତରେ ଦଳ ପ୍ରତି ନିଜର ଆଭିମୁଖ୍ୟକୁ ନରମ କରିଛନ୍ତି ଏବଂ ଆଦିବାସୀ, ଦଳିତ ତଥା ପଛୁଆ ବର୍ଗ ସହ ଜଡିତ ଅନେକ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ପୁନର୍ବାର 6 ବର୍ଷ ପରେ କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ। ନିରଂଜନ ପଟ୍ଟନାୟକ ପିସିସି ସଭାପତି ଥିବା ସମୟରେ ପିସିସିର କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ କରିଥିଲେ ଶ୍ରୀକାନ୍ତ ।

ଦଳରୁ ବହିଷ୍କୃତ ହେବା ପରେ ମଧ୍ୟ ଜେନା କଂଗ୍ରେସ ବିରୋଧରେ କୌଣସି ପ୍ରତିକୂଳ ମନ୍ତବ୍ୟ ଦେଇନାହାଁନ୍ତି। କୌଣସି କାରଣ ବଶତଃ ଦଳରୁ ଦୂରେଇ ଯାଇଥିବା ଦଳର ଅନେକ ବରିଷ୍ଠ ନେତା ଧିରେ ଧିରେ ଦଳରେ ଯୋଗ ଦେଉଛନ୍ତି। ଏହାରି ଭିତରେ ଦଳର ‘Think Tank’ କୁହାଯାଉଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘର ବାହୁଡା ନେଇ ଚର୍ଚ୍ଚା ଜୋର ଧରିଛି ।



[ad_2]

Leave a Reply

Your email address will not be published. Required fields are marked *

Back to top button