ଖେଳ ଖବର

ଏସିଆନ ଗେମରେ ଭାରତର ଦମଦାର ଯାତ୍ରା: ପ୍ରଥମ ଦିନରେ ହାତେଇଲା ୨ ରୌପ୍ୟ ପଦକ – Sahana Mela

[ad_1]


ନୂଆଦିଲ୍ଲୀ:ଏସିଆନ ଗେମରେ ଭାରତ ଆରମ୍ଭ କରିଛି ପଦକ ଯାତ୍ରା । ଦମଦାର ଆରମ୍ଭ କରିଛି ଭାରତ । ପ୍ରଥମ ଦିନରେ ହାତେଇଛି ୨ ପଦକ । ରୋଇଂ ଏବଂ ଏୟାର ରାଇଫଲରେ ୨ ରୌପ୍ୟ ପଦକ ପାଇବାର ସୌଭାଗ୍ୟ ଲାଗି କରିଛି ଭାରତ ।

ଅର୍ଜୁନ ଲାଲ ଜାଟ ଏବଂ ଅରବିନ୍ଦ ସିଂହ ଲାଇଟୱେଟ ପୁରୁଷ ଡବଲ୍ସ ସ୍କଲ୍ସରେ ରୌପ୍ୟ ପଦକ ହାତେଇବାରେ ସଫଳ ହୋଇଛି । ଏହି ଇଭେଣ୍ଟରେ ଚୀନ ସ୍ୱର୍ଣ୍ଣ ହାତେଇଥିବାବେଳେ ଉଜବେକିସ୍ଥାନ ବ୍ରୋଞ୍ଚ ପଦକ ହାତେଇଛି ।

ସେହିପରି ୧୦ ମିଟର ଏୟାର ରାଇଫଲ ଟିମରେ ମଧ୍ୟ  ଭାରତ ହାତେଇଛି ରୌପ୍ୟ ପଦକ । ରମିତା, ମେହୁଲି ଘୋଷ ଏବଂ ଆଶି ଚୌକସି ୧୮୮୬ ପଏଣ୍ଟ ପାଇ 2ୟ ସ୍ଥାନରେ ଥିବାବେଳେ ଚୀନ ୧୮୯୬.୬ ପଏଣ୍ଟ ପାଇ ପ୍ରଥମ ହୋଇଛି ଏବଂ ସ୍ୱର୍ଣ୍ଣ ପଦକ ହାସଲ କରିବାର  ସୌଭାଗ୍ୟ ଲାଭ କରିଛି । ଅନ୍ୟପକ୍ଷେ ରମିତା ଏବଂ ମେହୁଲି ବ୍ୟକ୍ତିଗତ ଫାଇନାଲ ପାଇଁ ମଧ୍ୟ କ୍ୱାଲିଫାଏ କରିଛନ୍ତି ।



[ad_2]

Leave a Reply

Your email address will not be published. Required fields are marked *

Back to top button