ରେଳ ବିଭାଗରେ ବାହାରିଲା ଟେକ୍ନିସିଆନ ପଦବୀ, ଏହି ତାରିଖ ପୂର୍ବରୁ କରନ୍ତୁ ଆବେଦନ – Sahana Mela

[ad_1]
ନୂଆଦିଲ୍ଲୀ: ବର୍ତ୍ତମାନ ନିଯୁକ୍ତି ଋତୁ ଚାଲିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗରେ ପଦ ପୂରଣ ନେଇ ବିଭିନ୍ନ ସଂସ୍ଥା ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଭାରତୀୟ ରେଳବାଇରେ ଚାକିରି ଚାହୁଁଥିବା ଯୁବବର୍ଗମାନଙ୍କ ପାଇଁ ଏକ ଖୁସି ଖବର । ଭାରତୀୟ ରେଳବାଇ ପକ୍ଷରୁ ଆସିଛି ଏକ ବଡ଼ ଅପଡେଟ୍ । ରେଳ ବିଭାଗରେ ୯ ହଜାର ଟେକ୍ନିସିଆନ୍ ପଦ ପୂରଣ ପାଇଁ ଆଜିଠୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା । ତେଣୁ ଆଶାୟୀ ପାର୍ଥୀମାନେ ଆଞ୍ଚଳିକ RRBଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ |
ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ରେଳବାଇରେ ଟେକ୍ନିସିଆନର ୯୧୪୪ ଟି ପଦବୀ ପୂରଣ ହେବ | ଏହି ଅଭିଯାନ ମାଧ୍ୟମରେ ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ ର ୧୦୯୨ ଟି ଏବଂ ଟେକ୍ନିସିଆନ୍ ଗ୍ରେଡ୍ III ର ୮୦୫୨ଟି ପଦବୀ ପୂରଣ ହେବ | ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା, ଡକ୍ୟୁମେଣ୍ଟ ଯାଞ୍ଚ ଏବଂ ଡାକ୍ତରୀ ପରୀକ୍ଷା କରାଯିବ । ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ୫୦୦ ଟଙ୍କା ଫି ଦେବାକୁ ପଡିବ। ସେହିପରି ଏସସି, ଏସଟି, ମହିଳା, ଟ୍ରାନ୍ସଜେଣ୍ଡର କିମ୍ବା ଇଡବ୍ଲ୍ୟୁଏସ୍ ପ୍ରାର୍ଥୀଙ୍କୁ ୨୫୦ ଟଙ୍କା ଦେୟ ଦେବାକୁ ପଡିବ।
ଆବେଦନ କରିବାର ଶେଷ ତାରିଖ ରହିଛି ୮ ଏପ୍ରିଲ ୨୦୨୪ । କିନ୍ତୁ ଆବେଦନ ଫର୍ମରେ ସଂଶୋଧନ ପାଇଁ ଏପ୍ରିଲ ୯ ରୁ ଏପ୍ରିଲ ୧୮,୨୦୨୪ ପର୍ଯ୍ୟନ୍ତ ପୋର୍ଟାଲ ଖୋଲା ରହିବ । ଅକ୍ଟୋବର ଓ ଡିସେମ୍ବର ମାସରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ଆୟୋଜନ ହେବାର ସମ୍ଭାବନା ରହିଛି । ଆସନ୍ତା ବର୍ଷ ଫେବୃଆରୀ ମାସରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯିବ ।
ସୂଚନାଯୋଗ୍ୟ ଯେ, ନିକଟରେ ରେଳବାଇ ପକ୍ଷରୁ ବିଭିନ୍ନ ପଦର ପରୀକ୍ଷା ଓ ନିଯୁକ୍ତି କ୍ୟାଲେଣ୍ଡର ଜାରି କରାଯାଇଥିଲା । ୫ ହଜାରରୁ ଅଧିକ ଆସିଷ୍ଟାଣ୍ଟ ଲୋକୋ ପାଇଲଟ (ଏଏଲପି) ପଦ ପୂରଣ ନେଇ ଗତ ମାସରେ ଅନଲାଇନ୍ ଆରମ୍ଭ ହୋଇଥିଲା । ଆଜିଠାରୁ ଟେକ୍ନିସିଆନ୍ ପଦବୀ ପାଇଁ ଆବେଦନ ଆରମ୍ଭ ହୋଇଥିବା ବେଳେ ନନ-ଟେକ୍ନିକାଲ ପପୁଲାର ବର୍ଗ ଏନଟିପିସି ଗ୍ରାଜୁଏଟ ଲେବଲ ଓ ନନ-ଟେକ୍ନିକାଲ ପପୁଲାର ବର୍ଗ ଏନଟିପିସି ଅଣ୍ଡର ଗ୍ରାଜୁଏଟ ଲେବଲ ପାଇଁ ଜୁଲାଇ-ସେପ୍ଟେମ୍ବର ମାସରେ ନିଯୁକ୍ତି ହେବ । ଏଥିସହିତ ଜୁନିୟର ଇଞ୍ଜିନିୟର ଓ ପାରାମେଡିକାଲ ବର୍ଗ ପାଇଁ ମଧ୍ୟ ନିଯୁକ୍ତି ବାହାରିବ ବୋଲି କୁହାଯାଇଥିଲା ।
[ad_2]