ଦେଶ- ବିଦେଶ

ଉଭୟଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ପୂର୍ବରୁ ମହିଳା ଜଣଙ୍କ ବିବାହିତ ଥିଲେ: ସୁପ୍ରିମକୋର୍ଟ – Sahana Mela

[ad_1]


ନୂଆଦିଲ୍ଲୀ: ବିବାହର ମିଛ ପ୍ରତିଶୃତି ଦେଇ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାକୁ ଖଣ୍ଡନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେତେବେଳେ ଉଭୟଙ୍କ ସମ୍ପର୍କ ଆରମ୍ଭ ହେଲା ସେତେବେଳେ ମହିଳା ଜଣକ ପୂର୍ବରୁ ବିବାହିତ ଥିଲେ ଏବଂ ବିବାହର କୌଣସି ପ୍ରତିଶୃତି ଦିଆଯାଇ ନଥିଲା। ଜଷ୍ଟିସ୍ ସିଟି ରବିକୁମାର ଏବଂ ରାଜେଶ ବିନ୍ଦଲଙ୍କୁ ନେଇ ଗଠିତ ବେଞ୍ଚ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଛି ।

ସୂଚନା ଅନୁସାରେ, ଅଭିଯୋଗକାରୀଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ତାଙ୍କୁ ବିବାହ କରିବାର ମିଛ ପ୍ରତିଶୃତି ଦେଇ ବାରମ୍ବାର ତାଙ୍କ ସହ ଯୌନ ସମ୍ପର୍କ ରଖିଥିଲେ । ଅଭିଯୋଗକାରୀଙ୍କ କହିବା ଅନୁସାରେ ଅଭିଯୁକ୍ତ ଜଣଙ୍କ ଯୁବତୀଙ୍କୁ ତାଙ୍କ ସ୍ଵାମୀଙ୍କୁ ଠାରୁ ଛାଡପତ୍ର ନେବା ପରେ ବିବାହ କରିବେ ଏବଂ ତାଙ୍କ ସନ୍ତାନର ଦେଖାଶୁଣା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାହା ଫଳରେ ଯୁବତୀ ଜଣଙ୍କ ତାଙ୍କୁ ସହଜରେ ବିଶ୍ଵାସ କରିନେଇଥିଲେ । ଅଭିଯୁକ୍ତଙ୍କ କଥା ଅନୁଯାୟୀ, ଯୁବତୀ ଜଣଙ୍କ ତାଙ୍କ ସ୍ଵାମୀଙ୍କୁ ଛାଡପତ୍ର ଦେଇ ୨୦୧୯ରେ ଉକ୍ତ ଯୁବକଙ୍କ ସହ ମନ୍ଦିରରେ ବିବାହ କରିଥିଲେ । ସେବେଠାରୁ ଦୁହେଁ ସ୍ୱାମୀ-ସ୍ତ୍ରୀ ଭାବରେ ରହୁଥିଲେ । ତେବେ ବ୍ୟବସାୟ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଯୁବକ ଜଣଙ୍କ ଯୁବତୀଙ୍କଠାରୁ ଦୂରେଇ ଯାଇଥିଲେ । କିଛି ଦିନ ପରେ ସେ ତାଙ୍କୁ ଇଗନୋର କରିବାକୁ ଲାଗିଲେ । ସେହି ଆଧାରରେ, ମହିଳା ଜଣଙ୍କ ଧାରା ୩୭୬ (୨) (N) ଏବଂ ୫୦୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ FIR ଦାଖଲ କରିଥିଲେ।

ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ଅଭିଯୁକ୍ତଙ୍କ ସପକ୍ଷରେ ଦିଆଯାଇଥିବା ଯୁକ୍ତିରେ ଓକିଲ ମହିଳାଙ୍କ କଥାକୁ ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି । ତାଙ୍କ କହିବା ଅନୁସାରେ ମହିଳା ଜଣଙ୍କ ୧୦ ଡିସେମ୍ବରରେ ତାଙ୍କର ପୂର୍ବ ବିବାହରୁ ଛାଡପତ୍ର ନେଇଥିଲେ । ୨୦୧୮ ଏବଂ ୨୦୧୯ ଜାନୁଆରୀ ମଧ୍ୟରେ ସେମାନେ ଏକ ମନ୍ଦିରରେ ବିବାହ କରିଥିଲେ, ଏହା ସମ୍ପୂର୍ଣ୍ଣ ମିଥ୍ୟା । କାରଣ ୧୩ ଜାନୁଆରୀ ୨୦୨୧ରେ ମହିଳା ଜଣଙ୍କର ଛାଡପତ୍ର ଆଦେଶ ପାରିତ ହୋଇଥିଲା। ଏହାପୂର୍ବରୁ କୌଣସି ବିବାହର ପ୍ରଶ୍ନ ହିଁ ଉଠେ ନାହିଁ ।

ସମସ୍ତ ତଥ୍ୟ ଓ ପ୍ରମାଣକୁ ଭିତ୍ତି କରି ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି ଯେ, ମହିଳା ଜଣଙ୍କ ମିଥ୍ୟା ଦାବି କରିଛନ୍ତି ଯେ ତାଙ୍କ ପୂର୍ବ ବିବାହରୁ ଛାଡପତ୍ର ୧୦ ଡିସେମ୍ବର ୨୦୧୮ରେ ହୋଇଯାଇଥିଲା, କିନ୍ତୁ ପ୍ରକୃତରେ ଛାଡପତ୍ରର ଆଦେଶ ୧୩ ଜାନୁଆରୀ ୨୦୨୧ରେ ପାରିତ ହୋଇଥିଲା। ତଦନୁସାରେ, ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କାରାଯାଇ ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଆଦେଶକୁ ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଆହୁରି ମଧ୍ୟ, ଆଇପିସିର ଧାରା ୩୭୬ (୨) (N) ଏବଂ ୫୦୬ ଅନୁଯାୟୀ ବିଚାରାଧୀନ ଅପରାଧିକ ମାମଲା ବାତିଲ କରିଛନ୍ତି କୋର୍ଟ ।



[ad_2]

Leave a Reply

Your email address will not be published. Required fields are marked *

Back to top button