ରାଜନୀତି

ମେଣ୍ଟ ଚର୍ଚ୍ଚା ମଧ୍ୟରେ ସାମ୍ନାକୁ ଆସିଲା ନବୀନ-ପାଣ୍ଡିଆନଙ୍କ ଭିଡ଼ିଓ, ଦେଖନ୍ତୁ କଣ କହିଲେ ନବୀନ – Sahana Mela

[ad_1]


ଭୁବନେଶ୍ୱର: ରାଜ୍ୟରେ ମେଣ୍ଟ ରାଜନୀତି ଚର୍ଚ୍ଚା ଜୋର ଧରିଥିବା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟିକୁ ନେଇ ଚର୍ଚ୍ଚ ଯେତିକି ହେଉଛି, ସେତିକି ପରିମାଣରେ ରାଜନୀତି ଆହୁରି ଜୋର ଧରିଛି। ଚର୍ଚ୍ଚା ହେବା ସ୍ୱଭାବିକ ମଧ୍ୟ। କାରଣ ଏହି ଭିଡ଼ିଓଟିକୁ ଭିକେ ପାଣ୍ଡିଆନ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

୧୩ ସେକେଣ୍ଡର ଭାଇରାଲ ହେଉଥିବା ଭିଡ଼ିଓରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପ୍ରଶ୍ନ କରୁଛନ୍ତି। ପ୍ରଶ୍ନରେ ଶ୍ରୀ ପାଣ୍ଡିଆନ ରାଜନୀତିରେ ସବୁଠାରୁ ଖରାପ ଜିନିଷ କଣ ବୋଲି ପ୍ରଶ୍ନ କରୁଛନ୍ତି। ଆଉ ଏହାର ଜବାବ ମଧ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି କି ରାଜନୀତିରେ ଗୁଜବ ଓ ମିଛ ହେଉଛି ସବୁଠାରୁ ଭୟଙ୍କର ଖରାପ ଜିନିଷ। ଏହି ଭିଡ଼ିଓଟି ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋରଦାର ହେଉଛି।

ରାଜ୍ୟରେ ବିଜେପି ଓ ବିଜେଡ଼ି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ଏହି ଭିଡ଼ିଓ ଭାଇରାଲ ହେବା ତଥା ନବୀନଙ୍କ ଉତ୍ତରକୁ ବେଶ ଧ୍ୟାନର ସହ ତର୍ଜମା କରୁଛନ୍ତି ରାଜନୈତିକ ବିଶ୍ଳେଷକମାନେ। ରାଜ୍ୟରେ ପାଣ୍ଡିଆନ ଓ ନବୀନଙ୍କ ସମୟରେ ଯେଉଁଭଳି ଭାବେ ରାଜନୀତିର ରୂପରେଖ ବଦଳିଛି, ତାହା ଉପରେ ନବୀନ ଉତ୍ତର ବେଶ ଗୁରୁତ୍ତ୍ୱ ରଖେ ବୋଲି ରାଜନୈତିକ ଗବେଷକମାନେ କହିଛନ୍ତି। ମେଣ୍ଟକୁ ନେଇ ବିଜେପି ଓ ବିଜେଡ଼ି ମଧ୍ୟରେ ଚାଲିଥିବା ଗୁପ୍ତ ଆଲୋଚନା ସମୟରେ ଅନେକ ଉତ୍ତର ଛଳରେ ନବୀନ ଅନେକ କିଛି କହିଛନ୍ତି ବୋଲି ରାଜନୈତିକ ଗବେଷକମାନେ ସୂଚନା ପ୍ରଦାନ କରିଛନ୍ତି।

ଲିଙ୍କରେ କ୍ଲିକ କରିଦେଖନ୍ତୁ ଭିଡ଼ିଓ:

ପାଣ୍ଡିଆନଙ୍କ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି କି ରାଜନୀତିରେ ‘ଗୁଜବ ଓ ମିଛ’ ସବୁଠାରୁ ଭୟଙ୍କର। ଉଭୟ ଦିଗରୁ ତାଙ୍କର ଉତ୍ତରକୁ ଦେଖାଯାଇପାରେ। ମେଣ୍ଟ ଚର୍ଚ୍ଚା କେବଳ ଗୁଜବ ଓ ମିଛ ବୋଲି ନବୀନ ଇଙ୍ଗିତ ମାଧ୍ୟମରେ ଦର୍ଶାଇ ଥାଇ ପାରନ୍ତି। ନତୁବା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଜବାବର ପ୍ରତି ଜବାବ ଭାବେ ମଧ୍ୟ ନବୀନଙ୍କ ଉତ୍ତରକୁ ଦେଖୁଛନ୍ତି ରାଜନୈତିକ ବିଶ୍ଳେଷକମାନେ। ନିକଟରେ ଦିଲ୍ଲୀରୁ ଫେରି ଶ୍ରୀ ସାମଲ କହିଥିଲେ କି ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ। ରାଜ୍ୟରେ ବିଜେପି ଏକାକୀ ଲଢିବ ବୋଲି ଶ୍ରୀ ସାମଲ କହିଥିଲେ।





[ad_2]

Leave a Reply

Your email address will not be published. Required fields are marked *

Back to top button