କାହିଁକି ପଶ୍ଚିମବଙ୍ଗରେ ଭାଙ୍ଗିଲା ଇଣ୍ଡିଆ ମେଣ୍ଟ? – Sahana Mela
[ad_1]
ନୂଆଦିଲ୍ଲୀ: ବିରୋଧୀ ମହାମେଣ୍ଟକୁ ବଡ଼ ଝଟକା ଲାଗିଛି । ପଶ୍ଚିମବଙ୍ଗର ତୃଣମୃଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀଙ୍କ ’ଏକଲା ଚଲୋ’ ନାରା ଦେଇ ଆଜି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଟିଏମସି ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିବା ପାଇଁ ଆଜି ସେ ସମସ୍ତ ୪୨ ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ନିଷ୍ପତି ବିରୋଧୀ ମହାମେଣ୍ଟକୁ ଶକ୍ତ ଝଟକା ଦେଇଛି । ହେଲେ ଗୋଟେ ସମୟ ଥିଲା ଯେତେବେଳେ ମହାମେଣ୍ଟ ଗଢ଼ିବା ପାଇଁ ମମତା ସର୍ବପ୍ରଥମେ ବିପକ୍ଷ ଦଳ ନେତାଙ୍କ ସହ ହାତ ମିଶାଇଥିଲେ । ପଶ୍ଚିମବଙ୍ଗରେ ଭାରତ ବ୍ଲକ ଭାଙ୍ଗିବା ପଛରେ ଅନେକ କାରଣ ଥିବା ଚର୍ଚ୍ଚା ହେଉଛି ।
କୁହାଯାଉଛି ଟିଏମସି ଏବଂ କଂଗ୍ରେସ ମହାମେଣ୍ଟକୁ ନହେବାର ମୁଖ୍ୟ କାରଣ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ଟିପ୍ପଣୀ । ଅଧିର ରଞ୍ଜନ ୨୦୨୩ ଲଗାତାର ମମତାଙ୍କ ବିରୋଧରେ କଡ଼ା ପ୍ରତିକ୍ରିୟା ଦେଉଥିଲେ । ଏସବୁ ସ୍ପଷ୍ଟ ବାରି ହେଉଛି କି ମମତା ଅଧିରଙ୍କ ବିରୋଧରେ କୌଣସି ବି ସୁଯୋଗ ଛାଡ଼ିବାକୁ ଚାହଁନ୍ତିନି । ସେଥିପାଇଁ ଅଧିରଙ୍କୁ ହରାଇବାକୁ ଟିମଏସି ପକ୍ଷରୁ ଶକ୍ତିଶାଳୀ ଚେହେରାକୁ ମୈଦାନକୁ ଓହ୍ଲା ଯାଇଛି ।
ମମତାଙ୍କ ଏକା ଚାଲିବା ନିଷ୍ପତି କଂଗ୍ରେସକୁ ଶକ୍ତ ଝଟକା ଦେଇଛି । କାରଣ ପୂର୍ବରୁ ମଞ୍ଚରୁ ଅନେକ ଥର ସେ କଂଗ୍ରେସ ନେତୃତ୍ୱଙ୍କୁ ତାଙ୍କ ପରାମର୍ଶ ଏବଂ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଅଭିଯୋଗ କରିଥିଲେ। ଏବଂ ଏହା ପରେ ସେ ଏକା ବଙ୍ଗଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି।
କୁହାଯାଉଛି ରାହୁଲ ଗାନ୍ଧୀ ଯେତେବେଳେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସହ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ, ସେହି ସମୟର ମମତା ବାନାର୍ଜୀଙ୍କୁ ଯାତ୍ରାରେ ସାମିଲ ହେବାକୁ ସୂଚନା ଦିଆଯାଇନଥିଲା । ଯାହାକୁ ନେଇ ଅଧିର ରଞ୍ଜନ ଚୌଧୁରୀ ବିବାଦୀୟ ଟିପ୍ପଣୀ ମଧ୍ୟ ଦେଇଥିଲେ ।
[ad_2]