ଅପରାଧ

କକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ – Sahana Mela

[ad_1]


କଳାହାଣ୍ଡି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁଲି ଗଲା ରକ୍ତ ସମ୍ପର୍କ। କ୍ଷଣିକ ରାଗ ପାଇଁ ନିଜ ପୁତୁରାର ରକ୍ତରେ ହୋଲି ଖେଳିଲା କକା। ନୂଆଁଖାଇ ସାରିବା ପରେ ନିଜ ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି କକା। କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲବଣିସର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟାଯାଇଛି।

ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଲବଣିସର ଗାଁର ପ୍ରଶାନ୍ତ ମାଝୀ ଓ ତାଙ୍କ କକା ମୁଗାନା ମାଝୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିଭିନ୍ନ କାରଣକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା। ଗତକାଲି ଗଡ଼ଜାତ ଅଞ୍ଚଳରେ ନୂଆଖାଇ ଥିବାବେଳେ, ପ୍ରଶାନ୍ତଙ୍କ ପରିବାର ମଧ୍ୟ ନୂଆଖାଇ ଥିଲେ। ନୂଆଖାଇ ସାରିବା ପରେ ପରେ ନିଜ କକା ମୁଗନା ମାଝୀ ପ୍ରଶାନ୍ତଙ୍କ ସହ ଗଣ୍ଡଗୋଳ କରିଥିଲା। ପରେ ବିଳମ୍ବିତ ରାତିରେ ଉତ୍ୟେକ୍ତ ହୋଇ ପ୍ରଶାନ୍ତଙ୍କ କାକା ମୁଗନା ମାଝୀ ପ୍ରଶାନ୍ତ ଏକୁଟିଆ ସୋଇଥିବା ବେଳେ, ଏହାର ସୁଯୋଗ ନେଇ ଟାଙ୍ଗିଆରେ ହାଣି ହତ୍ୟା କଲା।

ସକାଳେ ପ୍ରସନ୍ନଙ୍କ ପରିବାର ଏହା ଦେଖି ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେବା ସହ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଏନେଇ ଏକ ମାମଲା ରୁଜୁ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ପଠାଇଥିଲା। ଅନ୍ୟପଟେ ଅଭିଯୁକ୍ତ କକାକୁ ପୋଲିସ ଗିରଫ କରି ପଚରା ଉଚୁରା କରୁଥିବା ନେଇ ପୋଲିସ ସୂଚନା ଦେଇଛି।



[ad_2]

Leave a Reply

Your email address will not be published. Required fields are marked *

Back to top button