ଅପରାଧ

କାର୍ ଧକ୍କାରେ କଲେଜ ଛାତ୍ରୀ ମୃତ, ଟାୟାର ଜାଳି ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ – Sahana Mela

[ad_1]


ଭଦ୍ରକ: କାର୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ । ଭଦ୍ରକ-ଚାନ୍ଦବାଲି ରାସ୍ତାର ନନ୍ଦପୁର ଛକରେ ଘଟିଛି ଏହି ଦୁର୍ଘଟଣା। କଲେଜ ଯିବା ବେଳେ ଛାତ୍ରୀଙ୍କ ଉପରେ ଚଢ଼ିଗଲା କାର। ଏହାର ପ୍ରତିବାଦରେ କାର ଭାଙ୍ଗିବା ସହ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ମୃତ ଛାତ୍ରୀଙ୍କ ନାଁ ପ୍ରଭାସିନୀ ନାୟକ। ସେ ତଳପଦା ସ୍ଥିତ ମଣିକଲାଲ ମହିଳା କଲେଜରେ ଯୁକ୍ତ ଦୁଇର ଛାତ୍ରୀ ଥିଲେ।

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୧୦ଟା ବେଳେ ପ୍ରଭାସିନୀ କଲେଜ ଯାଉଥିବା ବେଳେ ନନ୍ଦପୁର ଛକ ନିକଟରେ କାରଟି ସାମ୍ନାରୁ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକେ କାରକୁ ଭଙ୍ଗାରୁଜା କରିଛନ୍ତି। ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି କାରକୁ ଅଟକ ରଖିବା ସହ ଓ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ କରୁଛି।



[ad_2]

Leave a Reply

Your email address will not be published. Required fields are marked *

Back to top button